ଚିନା ମାଟି ଖନନକୁ ବିରୋଧ କରିବାରୁ ପୁଲିସକୁ ମରଣାନ୍ତକ ଆକ୍ରମଣ; ଦୁଇ ଅଟକ

0
185
Attack on police in Balipatna

କୋରାପୁଟ: ଚିନା ମାଟି ଖନନକୁ କେନ୍ଦ୍ରକରି ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ । କୋରାପୁଟ ନନ୍ଦପୁର ଥାନା ଇନସପେକ୍ଟରଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ କରାଯାଇଥିବା ନେଇ ସୂଚନା ମିଳିଛି । ନନ୍ଦପୁର ଥାନା ହାଟଶୁକୁରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି କିଛି ଗ୍ରାମବାସୀ । ଖଣି ଖନନକୁ ବିରୋଧ କରିବାରୁ ଧକ୍କା ମାରି ହାଣିବାକୁ ଉଦ୍ୟମ କରିଛନ୍ତି । ଚିନା ମାଟି ଖଣି ଅଂଚଳକୁ ଗସ୍ତ କରିଥିବାବେଳେ ପୋଲିସର ପ୍ରବେଶକୁ ଲୋକେ ପ୍ରବଳ ବିରୋଧ କରିଥିଲେ । ଏହା ପରେ ଇନସପେକ୍ଟରଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ କରିଥିଲେ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ୍‌ । ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ ସଂଜୟ ମହାପାତ୍ର ।

Also Read  ଋଣ ସୁଝିବାକୁ ଏମ୍‌ସିଏ ଛାତ୍ରଙ୍କ ଗଞ୍ଜେଇ ବେପାର, ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ

LEAVE A REPLY

Please enter your comment!
Please enter your name here