ରଥଯାତ୍ରା ନେଇ ଆଜି ବସୁଛି ସମନ୍ୱୟ କମିଟି ବୈଠକ

0
213

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ରଥଯାତ୍ରାର ଭକ୍ତଙ୍କ ଗହଣରେ ହେବ କି ନାହିଁ । କିଭଳି ପ୍ରସ୍ତୁତି କରାଯାଇଛି ? ବିସ୍ତୃତ ଭାବରେ ଆଲୋଚନା ପାଇଁ ଆଜି ପୁରୀରେ ବସୁଛି ରଥଯାତ୍ରା ସମ୍ପର୍କିତ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତ କରିଛନ୍ତି ସମୀକ୍ଷା ହେବ । ଦିନ ୧୧ଟାରେ ବସିବ ରଥ ସମନ୍ୱୟ କମିଟି ବୈଠକ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।

୧୬ଟି ପ୍ରସଙ୍ଗକୁ ନେଇ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି । ବିନା ଭକ୍ତରେ ଓ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବା ପାଇଁ ଦୁଇଟି ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଭକ୍ତଙ୍କ ଗହଣରେ ରଥଯାତ୍ରା ହେଲେ ଏନେଇ ରହିଥିବା ଚ୍ୟାଲେଞ୍ଜକୁ କିଭଳି ସାମ୍ନା କରାଯାଇପାରିବ ? କିଭଳି ଶୃଙ୍ଖଳିତ ରଥଯାତ୍ରା ସମ୍ପନ୍ନ ହେବ ସେନେଇ ଆଲୋଚନା କରାଯିବ । ଗତ ୫ ତାରିଖରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ବସିଥିଲା ।

Also Read  କାର୍- ବସ୍ ମୁହାଁମୁହିଁ ଧକ୍କା: ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଯାତ୍ରୀ ଆହତ

LEAVE A REPLY

Please enter your comment!
Please enter your name here