ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବକୁ ମଂଜୁରୀ : ଠିକା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି

0
560

ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା

ଭୁବନେଶ୍ୱର, ୧୧/୧୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି ।

ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ । ପୂର୍ବ ନିୟମ ଅନୁସାରେ ୬ ବର୍ଷ ପରେ ନିୟମିତ ହେବେ ଠିକା କର୍ମଚାରୀ । ତେବେ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ୫୦ ପ୍ରତିଶତ ଅଧିକ ଦେବାକୁ ହେଲେ ବାର୍ଷିକ ୨୫୦ କୋଟି ଖର୍ଚ୍ଚ ହେବ । ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ପାଇବେ ଠିକା କର୍ମଚାରୀ ।

ଏ ବାବଦରେ ବାର୍ଷିକ ରାଜ୍ୟ ସରକାର ୨୫୦କୋଟି ଅତିରିକ୍ତ ଖର୍ଚ୍ଚ କରିବେ । ରାଜ୍ୟର ପ୍ରତ୍ୟେକ ପରିବାରକୁ ମିଲିବ ସ୍ବଚ୍ଛ ପାନୀୟ ଜଳ । ୪ ଜିଲ୍ଲାର ୧୨ ଲକ୍ଷ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ । ୪ ଜିଲ୍ଲା ପାଇଁ ୧୨୮୦କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ । ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଉପକୃତ ହେବ । ଏ ସମ୍ପର୍କୀତ ୩ଟି ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ । ଓଡିଶା ଅବକାରୀ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ବୈଧ ମାପ ବିଜ୍ଞାନ ସେବା କ୍ୟାଡର ପୁର୍ନବିନ୍ୟାସକୁ ମ଼ଞ୍ଜୁରୀ ।

ଲୋକାୟୁକ୍ତ ରିପୋର୍ଟ ୨୦୨୦କୁ ମଞ୍ଜୁରୀ । ବେସାମରିକ ଯୋଗାଣ ନିଯୁକ୍ତି ସର୍ତ୍ତାବଳୀକୁ ମଞ୍ଜୁରୀ । ଖରିଫ୍ ୨୦୨୧-୨୨ ଖାଦ୍ୟ ସଂଗ୍ରହ ନୀତିକୁ ମଞ୍ଜୁରୀ । ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ । ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ । ମଣ୍ଡିକୁ ଅଧିକ ଧାନ ଆସିଲେ, ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ନବେମ୍ବର ୨୦୨୧ରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା । ମେ ୨୦୨୨ରୁ ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା ।

Also Read  ଆବାସ ଗୃହ ଯୋଗାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ଜଣାଇଲେ ବିଜେଡି ସାଂସଦ

LEAVE A REPLY

Please enter your comment!
Please enter your name here