୨୪ଦିନରେ ୯ମ ଘଟଣା: ନୋଜ ହୁଇଲରେ ତ୍ରୁଟି ଯୋଗଁ ବିଳମ୍ବ ହେଲା ସ୍ପାଇସଜେଟର ଉଡ଼ାଣ

0
114

ନୂଆଦିଲ୍ଲୀ: ସ୍ପାଇସଜେଟ ପାଇଁ ବଢ଼ୁଛି ସମସ୍ୟା। ଗତ ୨୪ଦିନ ମଧ୍ୟରେ ସ୍ପାଇସଜେଟର ବିଭିନ୍ନ ବିମାନରେ ଯେଉଁ ସବୁ ତ୍ରୁଟି ଦେଖା ଦେଇଛି, ତାକୁ ଦେଖି ଏବେ ସ୍ପାଇସଜେଟର ଭବିଷ୍ୟତ କ’ଣ ହେବ, ସେନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କଲେଣି। ଜୁଲାଇ ୨ରେ ସ୍ପାଇସଜେଟ ବିମାନରୁ ଧୂଆଁ ବାହାରିବାରୁ ବିମାନଟି ଦିଲ୍ଲୀରେ ଜରୁରୀ ଅବତରଣ କରିଥିଲା। ଏହାର କିଛି ଦିନ ପ‌ରେ ଆଉ ଏକ ସ୍ପାଇସଜେଟ ବିମାନର ସାମ୍ନା କାଚ ଭାଙ୍ଗି ଯାଇଥିଲା। ଏଭଳି ଘଟଣା ଘଟିସାରିଥିବା ବେଳେ ଆଜି ପୁଣି ସ୍ପାଇସଜେଟର ନୋଜ୍ ହୁଇଲ୍(ବିମାନର ସାମ୍ନା ଚକା)ରେ ତ୍ରୁଟି ଦେଖାଦେଇଛି।

ଶେଷ ମୁହୂର୍ତ୍ତର ବୈଷୟିକ ସମସ୍ୟା ହେତୁ ଜୁଲାଇ ୧୧, ୨୦୨୨ରେ, ଦୁବାଇରୁ ମଦୁରାଇ ଅଭିମୁଖେ ଆସୁଥିବା ସ୍ପାଇସଜେଟ୍ ବିମାନ ଏସଜି୨୩ର ଉଡ଼ାଣ ବିଳମ୍ବ ହୋଇଥିଲା। ଏହା ଜଣା ପଡ଼ିବା ପରେ ତୁରନ୍ତ ଅନ୍ୟ ଏକ ବିମାନ ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ଯାତ୍ରୀମାନେ ଭାରତ ଫେରିଥିଲେ। କୌଣସି ଅଘଟଣା ହୋଇନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ସ୍ପାଇସଜେଟର ମୁଖପାତ୍ର ପିଟିଆଇକୁ କହିଛନ୍ତି। ଏହା ପୂର୍ବରୁ ବିମାନରେ ବୈଷୟିକ ତ୍ରୁଟି ଘଟଣା ବାରମ୍ବାର ଘଟିବା ପରେ ଡିଜିସିଏ ସ୍ପାଇସଜେଟକୁ ଜୁନ୍ ୧୯ରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

Also Read  ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ରାଜ୍ୟ ପରିବହନ ବିଭାଗ ଜାରି କଲା ୱେବ୍‌ସାଇଟ୍‌, ଜୁନ୍‌ ପହିଲାରୁ ବୁକିଂ

LEAVE A REPLY

Please enter your comment!
Please enter your name here