୩ ଦିନ ହେଲା ପୋଷ୍ଟ ମାଷ୍ଟର ନିଖୋଜ : ବାଇକ୍‌ ମିଳିଲା, ମିଳୁନି ପତ୍ତା

0
62
ପୋଷ୍ଟ ମାଷ୍ଟର ନିଖୋଜ
ପୋଷ୍ଟ ମାଷ୍ଟର ନିଖୋଜ

ରାୟଗଡ଼ା : ଗତ ୩ ଦିନ ହେଲାଣି ନିଖୋଜ ଅଛନ୍ତି ପୋଷ୍ଟ ମାଷ୍ଟର । ଖୋଜି ଖୋଜି ମିଳୁନି ପତ୍ତା । ସବୁଆଡ଼ୁ ନିରାଶ ହୋଇ ଏନେଇ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍‌ କେବଳ ଖୋଜିଖୋଜି କରି ବାଇକ୍‌ ପାଇଛି। ହେଲେ ପୋଷ୍ଟ ମାଷ୍ଟରଙ୍କୁ ପାଉନି। ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି ପରିବାର ଲୋକ । ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ପିସ୍କା ପଙ୍ଗା ପଞ୍ଚାୟତରେ ହୋଇଛି। ନିଖୋଜ ପୋଷ୍ଟମାଷ୍ଟର ହେଲେ ମାନସ ହିକକା ।

ମାନସଙ୍କ ଘର ମୁନିଗୁଡା ଥାନା କନ୍ଧହୀରବା ଗାଁରେ ବୋଲି ଜଣା ପଡ଼ିଛି। ତାଙ୍କୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ମାନସ ବିଷମ କଟକ ଥାନା ରାଶିକଲା ପଞ୍ଚାୟତରୁ ଡୁକୁମ ଯିବା ପାଇଁ ଘା ବାହାରି ଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ବିଷମ କଟକ ଥାନାକୁ ଜଣାଇଥିଲେ ।  ବିଷମ କଟକ ପୁଲିସ୍‌ର ଏକ ଟିମ୍‌ ତଦନ୍ତ ପାଇଁ ଯାଇଥିବା ବେଳେ ରାସ୍ତା କଡ଼ରୁ ତାଙ୍କ ବାଇକ୍ ଉଦ୍ଧାର କରିଛି। ତେବେ ମାନସଙ୍କର ଏ ଯାଏ କୌଣସି ପତ୍ତା ମିଳିନାହିଁ। ଏ ନେଇ ପରିବାର ତରଫରୁ ମୁନିଗୁଡା ଥାନାରେ ଏକ ଏତଲା ଦେଇଥିବା ବେଳେ ପୁଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।

Also Read  North and South Odisha to get drenched in the next five days

LEAVE A REPLY

Please enter your comment!
Please enter your name here