ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଗଡ଼ିବ ବସ୍‌

0
392
ଶିମିଳିପାଳ ଅଭୟାରଣ୍ୟରେ ଗଡ଼ିବ ବସ୍‌
ଶିମିଳିପାଳ ଅଭୟାରଣ୍ୟରେ ଗଡ଼ିବ ବସ୍‌

କରଞ୍ଜିଆ : ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ଆଜିଠୁ ୬ଟି ଟ୍ରାଭେଲର ବସ୍ ଚଳାଚଳ କରିବ। ଫଳରେ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକଙ୍କର ଆଗ୍ରହ ବଢ଼ିବ ବୋଲି ପରିବେଶବିତମାନେ ଆଶାବ୍ୟକ୍ତ କରିଛନ୍ତି।

ମିନି ବସ୍‌କୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ ରକ୍ଷଣାବେକ୍ଷଣ କରିବ। ଏଥିଲାଗି ଅଫ୍‌ଲାଇନରେ ଟିକେଟ ବୁକିଂ ହେବ। ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ନିକଟରେ ଦୁଇଟି ବସ୍ ରହିବ।

ଯଶିପୁରର ଧୋବାଡିହା ମୁଖ୍ୟଗେଟ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍‌ ଭଡ଼ା ଛଅ ହଜାର ଟଙ୍କା ରଖାଯାଇଛି। ସେହିପରି ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍‌ର ଭଡ଼ା ସାଢ଼େ ୬ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଗୋଟିଏ ବସ୍‌ରେ ୧୨ ଜଣ ପର୍ଯ୍ୟଟକ ନେଚର କ୍ୟାମ୍ପକୁ ଯାଇପାରିବେ।

ପର୍ଯ୍ୟଟନ ଋତୁ ଚାଲିଥିବାରୁ ଶିମିଳିପାଳରେ ପର୍ଯ୍ୟଟକ ଭିଡ଼ ଜମୁଛି। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ। ଏହାସହ ଶୀତୁଆ ସକାଳର ଭରପୂର ମଜା ଉଠାଇଥାନ୍ତି ପର୍ଯ୍ୟଟକ।

Also Read  Iranian women charity worker case 2014: Court acquits woman two years later