ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ : ୧୦ ଜଣରେ ହେବ ପତାକା ଉତ୍ତୋଳନ

0
506
Odisha Govt.Plans To Distribute 30 lakh flags for free
Odisha Govt.Plans To Distribute 30 lakh flags for free

ଭୁବନେଶ୍ୱର : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ସାଧାରଣତନ୍ତ୍ର ଦିବସରେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଛି। ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ଦିଆଯାଇଛି।

ଏହାସହ ପତାକା ଉତ୍ତୋଳନ ବେଳେ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ସାଧାରଣତନ୍ତ୍ର ଦିବସରେ ନିଜ ଜିଲ୍ଲାରେ କୌଣସି ନେତା ଓ ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇପାରିବେ ନାହିଁ। ଏପରିକି ସରକାରୀ ଯୋଜନା ପ୍ରଚାର ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ଗାଇଡଲାଇନ ଜାରି କରିଥିଲେ।

ଗାଇଡଲାଇନ ଅନୁସାରେ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ଗାଇଡଲାଇନ୍ ଅନୁସାରେ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି। ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେଉଥିବା ନେତା ଓ ମନ୍ତ୍ରୀ ନିଜ ଭାଷଣକୁ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଓ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରଖିବେ। ଏଥିରେ କୌଣସି ପ୍ରକାରର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ।

Also Read  Bike Rally by BJD in Odisha capital protesting against slashing of state's Kerosene quota