କଣ୍ଟେନମେଣ୍ଟ ହେଲା XIMB ହଷ୍ଟେଲ, ୩୦ ପଜିଟିଭ ଚିହ୍ନଟ

0
520
କଣ୍ଟେନମେଣ୍ଟ ହେଲା XIMB ହଷ୍ଟେଲ
କଣ୍ଟେନମେଣ୍ଟ ହେଲା XIMB ହଷ୍ଟେଲ

ଖୋର୍ଦ୍ଧା : ଖୋର୍ଦ୍ଧ ଜିଲ୍ଲରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ପୁଣି ରାଜଧାନୀର ଏକ ଶିକ୍ଷାନୁଷ୍ଠାନରେ ଫୁଟିଛି କରୋନା ବୋମା। ଭୁବନେଶ୍ୱରସ୍ଥିତ XIMB ଇନଷ୍ଟିଚ୍ୟୁଟରେ ଏକସଙ୍ଗେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମ୍‌ସି ପକ୍ଷରୁ ଏହାର ଏକ ହଷ୍ଟେଲକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

XIMB ଇନଷ୍ଟିଚ୍ୟୁଟର଼ ଏକ ହଷ୍ଟେଲରେ ୩୦ ରୁ ଅଧିକ ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହି ସମୟରେ ସମ୍ପୃକ୍ତ ହଷ୍ଟେଲ ଛାତ୍ରଛାତ୍ରୀ ବାହାରକୁ ବାହାରି ପାରିବେନି। ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏଥିସହ କଲେଜ କ୍ୟାମ୍ପସ୍‌ ପରିସରରେ ଥିବା ଅନ୍ୟ ସବୁ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ହେବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ରାଜ୍ୟରେ  ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଜି ସକାଳେ ରାଜଧାନୀର ୧୧ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଥିସହ ରାଜଧାନୀର ସମୁଦାୟ ୨୬ଟି ଅଞ୍ଚଳ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ହୋଇ ସାରିଲାଣି।

Also Read  Odisha Wins Best State Award at 2023 National Water Awards