କମୁଛି ସଂକ୍ରମଣ : ୨୪ରୁ ଖୋଲିବ ସ୍କୁଲ

0
790
schools-in-odisha-to-remain-closed-from-tomorrow-till-april-30th-

ମୁମ୍ବାଇ: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ଏବେ ଏହା ଖସିବାରେ ଲାଗିଛି। ଦୈନିକ ସଂକ୍ରମଣ ମାମଲା କମ୍‌ ରହୁଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପୁଣି ସ୍କୁଲ ଖୋଲିବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ୨୪ ତାରିଖରୁ ପ୍ରଥମ ଶ୍ରଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପୁଣି ସ୍କୁଲ ଖୋଲିବ। ଏନେଇ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି।

ଜାନୁଆରୀ ୨୪ରୁ ଅଫ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ। ମୁମ୍ବାଇରେ ମଧ୍ୟ ଜାନୁଆରୀ ୨୪ରୁ ହିଁ ପିଲାମାନେ ସ୍କୁଲ ଯିବେ। ନିକଟରେ ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ, ଆଗାମୀ ୧୦ରୁ ୧୫ ଦିନ ଭିତରେ ପୁଣିଥରେ ସ୍କୁଲ ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନା ମୁତାବକ, କରୋନା ମାମଲା ବୃଦ୍ଧି ପାଇବା ଯୋଗୁଁ ଜାନିଆରୀ ୮ରେ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଥିଲା। ସେପଟେ ବୃହାନମୁମ୍ବାଇ ନଗର ନିଗମ ମୁମ୍ବାଇରେ ଜାନୁଆରୀ ୩୧ ଯାଏଁ ସ୍କୁଲ ବନ୍ଦ ରଖିବାକୁ କହିଥିଲା। ଏବେ କିନ୍ତୁ ରାଜ୍ୟରେ କରୋନା ମାମଲା କମିବାରେ ଲାଗିଛି। ଏଥିଯୋଗୁଁ ସ୍କୁଲଗୁଡିକୁ ପୁଣି ଥରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ମହାରାଷ୍ଟ୍ରରେ ବୁଧବାର ୪୩,୬୯୭ କରୋନା ମାମଲା ସାମ୍ନାକୁ ଆସିଥିଲା। ସେହିପରି ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୬୦୩୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମୁମ୍ବାଇରେ ବର୍ତ୍ତମାନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧,୮୫୬ ରହିଛି।

Also Read  Earthquake Occurs in Nepal, Leh Ladakh, J&K