ପ୍ରାର୍ଥୀ ତାଲିକା ଘୋଷଣା : ପାରିକର୍‌ଙ୍କ ପୁଅକୁ ମିଳିଲାନି ଟିକେଟ୍‌

0
719

ନୂଆଦିଲ୍ଲୀ:ଗୋଆ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁତ୍ର ଉତ୍ପଲ ପାରିକରଙ୍କ ନାମ ଏହି ତାଲିକାରେ ନାହିଁ। ମନୋହର ପାରିକରଙ୍କ ପାନାଜୀ ଆସନକୁ ତାଙ୍କ ପୁଅଙ୍କ ବଦଳରେ ଅତାନାସିଓ “ବାବୁଶ” ମାନସରେଟ୍ ଦେବାକୁ ବିଜେପି ବାଛିଛି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୋଆର ତିନିଥର ମୁଖ୍ୟମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ମନୋହର ପାରିକରଙ୍କ ୨୦୧୯ରେ ଦେହାନ୍ତ ହୋଇଥିଲା। ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ଥିଲେ। ମନୋହର ପାରିକର ଚାରିଥର ପାନଜୀ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ଗୋଆରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରୀ ୧୪ରେ ଭୋଟ ପଡିବ।

ପାରିକରଙ୍କ ମୃତ୍ୟୁ ପରେ ବାବୁଶ ମାନସରେଟ୍ କଂଗ୍ରେସ ପ୍ରାର୍ଥୀ ଭାବରେ ଉପ-ନିର୍ବାଚନରେ ​​ଜିତିଥିଲେ। ତେବେ ପରେ ସେ ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନ ଟିକେଟ୍ ଦେବାରେ ଭାରତୀୟ ଜନତା ଦଳର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ଅଣଦେଖା କରାଯିବା ପରେ ଗୋଆରୁ ଉତ୍ପଳ ପାରିକର ବିଜେପି ଉପରେ ପ୍ରଶ୍ନ ଉଠାଇଥିଲେ। ଦଳ ସଚ୍ଚୋଟତା ଏବଂ ଚରିତ୍ରରେ ବିଶ୍ୱାସ କରୁଛି କି ନାହିଁ? ସେ ନେଇ ସେ ବିଜେପିକୁ ପ୍ରଶ୍ନ କରିଥିଲେ। ସେପଟେ ଫଡନାଭିସ୍ କହିଥିଲେ, ‘କେବଳ ଜଣେ ନେତାଙ୍କ ପୁଅ ବୋଲି ଗୋଆ ବିଧାନସଭା ନିର୍ବାଚନ ପାଇଁ ଦଳ ଏଭଳି କାହାକୁ ଟିକେଟ ଦେଇପାରିବ ନାହିଁ।’

Also Read  Panchayat Elections: SEC to conduct All-party meet today at 4 in Odisha capital