କୁତବ ମିନାର ପରିସରରେ ପୂଜା ପାଇଁ ଅନୁମତି ପ୍ରସଙ୍ଗ: ସରିଲା ଶୁଣାଣି, ଜୁନ ୯ରେ ଆସିବ ରାୟ

0
353

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଥିବା କୁତବ ମିନାର ପରିସରରେ ୨୭ଟି ହିନ୍ଦୁ ମନ୍ଦିର ଏବଂ ଜୈନ ମନ୍ଦିରର ପୁନଃନିର୍ମାଣ ସମ୍ପର୍କିତ ଏକ ଆବେଦନ ଉପରେ ସାକେତ କୋର୍ଟରେ ଶୁଣାଣି ହୋଇଛି । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁନ ୯ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବେ ବୋଲି କହିଛନ୍ତି । ଏହାପୂର୍ବରୁ ଆର୍କେଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ମଧ୍ୟ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛି ଯେ, କୁତବ ମିନାର ଏକ ନିର୍ଜିବ ସ୍ମାରକୀ ଯେଉଁଠାରେ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକଳାପ କରିବାର କାହାର ଆଇନଗତ ଅଧିକାର ନାହିଁ।

ସାକେତ କୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟରେ ଦର୍ଶାଯାଇଛି ଯେ, କୁତବ ମିନାର ଏକ ନିର୍ଜିବ ସ୍ମାରକୀ ଏବଂ କୌଣସି ଧର୍ମର ଲୋକ ଏଠାରେ ପୂଜାପାଠ ପାଇଁ ଦାବି କରିପାରିବେ ନାହିଁ। ଏଏମଏଏସଆର ଅଧିନିୟମ ୧୯୫୮ ଅନୁଯାୟୀ, କୌଣସି ନିର୍ଜିବ ସ୍ମାରକୀରେ ପୂଜା ଆରମ୍ଭ ହୋଇପାରିବ ନାହିଁ। ଜାନୁଆରି ୨୭, ୧୯୯୯ରେ ଦିଲ୍ଲୀ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି। ଏଏସଆଇ ଅଧିକାରୀଙ୍କ ଅନୁଯାୟୀ, ସାରା ଦେଶରେ ଅସଂଖ୍ୟ ନିର୍ଜିବ ସ୍ମାରକୀ ଅଛି, ଯେଉଁଠାରେ ପୂଜା ଓ ପ୍ରାର୍ଥନାର ଅନୁମତି ନାହିଁ।

ଏହା ସତ୍ତ୍ୱେ କୁତବ ମିନାର କମ୍ପ୍ଲେକ୍ସରେ ନମାଜ ପଢା ଯାଉଥିଲା। ବର୍ତ୍ତମାନ ଯେଉଁମାନେ ଏଠାରେ ନମାଜ୍ ପଢୁଥିଲେ ସେମାନଙ୍କୁ ତାହା କରିବାକୁ ବାରଣ କରାଯାଇଛି। ପାଞ୍ଚ ଦିନ ହେବ ଏଠାରେ ନମାଜ ପଢିବା ବନ୍ଦ ଅଛି। ତେବେ ଶୁଣାଣି ସମୟରେ ବିଚାରପତି କହିଥିଲେ ଯେ କୌଣସି ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଅଛି ନା ନାହିଁ ତାହା ପ୍ରସଙ୍ଗ ନୁହେଁ । ଏଠାରେ ପ୍ରଶ୍ନ ହେଉଛି ପୂଜା କରିବାର ଅଧିକାର। ପ୍ରଶ୍ନ ହେଉଛି, କେଉଁ ଆଇନ ଏହି ଅଧିକାରକୁ ସମର୍ଥନ କରେ।

Also Read  ଆଜି ପବିତ୍ର ଅକ୍ଷୟା ତୃତୀୟା ଅବସରରେ ରାଜ୍ୟର ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା, ଉପକୃତ ହେବେ ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ

LEAVE A REPLY

Please enter your comment!
Please enter your name here