ଗୁଡ଼ିସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା : କମିଶନରରେଟ ପୁଲିସର ତନାଘନା

0
505
କମିଶନରରେଟ ପୁଲିସର ତନାଘନା
କମିଶନରରେଟ ପୁଲିସର ତନାଘନା

ଭୁବନେଶ୍ୱର : କଟକରେ ଗୁଡ଼ି ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଜଗତପୁର ଥାନାରେ ମାମଲା ରୁଜୁ ହୋଇଛି । ଆପିସିର ୩୦୪-ଏ ଅର୍ଥାତ ଅବହେଳାରୁ ମୃତ୍ୟୁ ନେଇ କେସ ଦାଏର କରାଯାଇଛି । ଏ ଘଟଣା ପରେ କମିଶନରରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି ।

କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ଏହି ଅଘଟଣ ପରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ପୁଲିସ। ଯେଉଁମାନେ ଏହିଭଳି ଗୁଡ଼ିସୂତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କମିସନରେଟ ପୁଲିସ ନନ୍ଦି ସାହି, ନୟାସଡ଼କ ଓ ପୁରୀଘାଟ ଥାନା ଅଞ୍ଚଳର ଗୁଡ଼ି ଦୋକାନଗୁଡ଼ିକରେ ଚଢ଼ାଉ କରୁଥିବା ଜଣାଯାଇଛି।

ଏଣେ ଗୁଡ଼ି, ନଟେଇ, ମାଞ୍ଜା ସୂତା ଜବତ କରି ଏସବୁ ବିକ୍ରି କରୁଥିବା କିଛି ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖାଯାଇଥିବା କହିଛନ୍ତି କଟକ ଡିସିପି। ଗତକାଲି ଗୁଡ଼ିମାଞ୍ଜା ସୂତାରେ କଟି ବାଇକରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କଟକ ଜଗତପୁର ଅଞ୍ଚଳରେ ଏଭଳି ଅଘଟଣ ଘଟିଥିବା ବେଳେ ମୃତ ଯୁବକ କଟକ ଭୟରପୁର ଅଞ୍ଚଳର ଜୟନ୍ତ ସାମଲ ବୋଲି ଜଣାପଡ଼ିଥିଲା ।

Also Read  Rise in Day Temperatures in Odisha; SRC directs to prepare Heatwave Action Plan