ଛଳନା କରି ଗର୍ଭବତୀ କଲା, ମେଡିସିନ୍‌ ଖୁଆଇ ନଷ୍ଟ କରିଦେଲା

0
3434

ଭୁବନେଶ୍ୱର: ରାଜଧାନୀର ଧୋକାବାଜ୍‌ ପ୍ରେମିକ! ଅଧ୍ୟାପିକାଙ୍କୁ ଛଳନା କରି ଭଲ ପାଇଲା। ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରାଇଲା। ଆଉ ଜାଣିବା ପରେ ଜବରଦସ୍ତ ମେଡ଼ିସିନ୍‌ ଖୁଆଇ ଗର୍ଭ ନଷ୍ଟ କରିଦେଲା। ଏବେ ଶାରୀରିକ ଯନ୍ତ୍ରଣାରେ ଜଡ଼ସଡ଼ ହୋଇ ନ୍ୟାୟ ପାଇଁ ରାଜଧାନୀରେ ଥାନା ଚକ୍କର କାଟୁଛନ୍ତି ପୀଡ଼ିତା ଅଧ୍ୟାପିକା। ହେଲେ ତାଙ୍କୁ ନ୍ୟାୟ ମିଳୁନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଅଧ୍ୟାପିକ।

ଭୁବନେଶ୍ୱରରେ ପ୍ରତିଷ୍ଠିତ ମେଡ଼ିକାଲ୍‌ର ଫ୍ୟାକଲ୍ଟି ହେଉଛନ୍ତି ପଦ୍ମା(ଛଦ୍ମନାମ)। ତାଙ୍କ ପାଖକୁ ସୋଶାଲ ମିଡ଼ିଆ ଇନ୍‌ଷ୍ଟାରେ ଯୁବ ବ୍ୟବସାୟୀ ଜଣକ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲା। ଆଉ ତାକୁ ଆକସେପ୍ଟ କରିଥିଲେ ମାଡ଼ାମ। ଇନଷ୍ଟାରେ ଚାଟିଂ ବେଳେ ଯୁବ ବ୍ୟବସାୟୀ ଜଣକ ନିଜ ବାପାଙ୍କ ଦେହ ଅସୁସ୍ଥ କଥା କହିଥିଲେ। ଏଥିରେ ଭାବପ୍ରବଣ ହୋଇପଡ଼ିଥିଲେ ଅଧ୍ୟାପକ ମାଡ଼ାମ୍‌। ତା’ ପରେ ଭାବ ଦିଆନିଆ ଓ ଦେଖାସାକ୍ଷାତ। ଏହାରି ଭିତରେ ଉଭୟ କେତେବେଳେ କେମିତି ପ୍ରେମରେ ପଡ଼ିଯାଇଥିଲେ, କେହି ଜାଣିପାରିଲେ ନାହିଁ। ଅଧ୍ୟାପକ ମାଡ଼ାମ ନିଜର ସର୍ବସ୍ୱ ଯୁବ ବ୍ୟବସାୟୀଙ୍କ ପାଦ ତଳେ ଅଜାଡ଼ି ଦେଇଥିଲେ। ଆଉ ଏହାର ଭରପୂର ସୁଯୋଗ ନେଇଥିଲେ ଯୁବ ବ୍ୟବସାୟୀ। ତାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ।

ପ୍ରତି ଶନିବାର ଓ ରବିବାର ଅଧ୍ୟାପିକାଙ୍କ କ୍ୱାର୍ଟର୍ସକୁ ଯାଉଥିଲେ ଯୁବ ବ୍ୟବସାୟ ଏବଂ ଭରପୂର ଉପଭୋଗ କରୁଥିଲେ। ଏହାରି ଭିତରେ ଗର୍ଭବତୀ ହୋଇଯାଇଥିଲେ ଅଧ୍ୟାପିକ ମାଡ଼ାମ। ଏକଥା ଜାଣିବା ପରେ ଯୁବ ବ୍ୟବସାୟୀ ତାଙ୍କ ଗର୍ଭ ନଷ୍ଟ କରି ଛୁ ମାରିଥିଲେ। ଏବେ ଧରାଛୁଆଁ ଦେଉନାହାନ୍ତି। ଗତ ୨୬ ତାରିଖରେ ଅଧ୍ୟାପିକ ମାଡ଼ାମ ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁଲିସ୍‌। ସେଥିପାଇଁ ସେ ଆଜି ପୁଲିସ କମିଶନରଙ୍କୁ ଭେଟି ଗୁହାରୀ କରିଛନ୍ତି।

ପୀଡ଼ିତା ଅଧ୍ୟାପିକା କହିଛନ୍ତି, ଯୁବ ବ୍ୟବସାୟ ଜଣକ ମୋ’ ସହିତ ତିନି ମାସ ଧରି ରିଲେସନ୍‌ସିପ୍‌ରେ ରହିଥିଲେ। ମୋତେ ବାହାହେବ ବୋଲି କହୁଥିଲେ। ଯେଉଁଥିପାଇଁ ମୁଁ ଗର୍ଭବତୀ ହୋଇଯାଇ ଥିଲି। ଏ ସମ୍ପର୍କରେ ମୁଁ ତାଙ୍କୁ କହିଥିଲି। ସେ ଏ ସମ୍ପର୍କରେ ସେ ଜାଣିବା ପରେ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଏଥିରେ ତାଙ୍କ ଭଉଣୀ ଓ ମାଆଙ୍କ ସମ୍ପୃକ୍ତି ରହିଛି। ତାଙ୍କ ଭଉଣୀ ହେଉଛନ୍ତି ଏକ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ବୋଲି ପୀଡ଼ିତା କହିଛନ୍ତି।

ସେ ଆହୁରି କହିଛନ୍ତି, “ଯୁବ ବ୍ୟବସାୟୀ ଜଣକ(ସେ) ମୋ ରୁମ୍‌କୁ ପ୍ରତି ଶନିବାର ଓ ରବିବାର ଆସେ। ଏପରିକି ମଝିରେ ମଝିରେ ମୋ ପାଖକୁ ଆସନ୍ତି। ସେ ଛଳନା କରି ମୋ ଗର୍ଭ ନଷ୍ଟ କରିବା ପାଇଁ ମେଡ଼ିସିନ୍‌ ଖାଇବାକୁ ଦେଇଥିଲା। ମେଡ଼ିସିନ୍‌ ପାଟିରେ ପୂରାଇ ମୋ ପାଟି ବନ୍ଧ କରିଦେଉଥିଲା। ଏହା ପରେ ମଧ୍ୟ ପେଟ କ୍ଲିନ୍‌ ହୋଇନଥିଲା। ଏହା ପରେ ସେ ମୋତେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ।”

Also Read  First Meeting of unified command of Odisha chaired by CS Padhi in Odisha capital

ପୀଡ଼ିତା ଆହୁରି କହିଛନ୍ତି-“ସେଠାରେ ଡାକ୍ତର ମୋର ଚେକ୍‌ଅପ୍‌ କରିଲେ। ଚେକ୍‌ଅପ୍‌ରେ ପରେ କିଛି ମେଡ଼ିସିନ୍‌ ଲେଖିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ସେ ମୋତେ ଧରି ମୋ ରୁମ୍‌କୁ ଆସିଥିଲେ। ତାଙ୍କ ଭଉଣୀଙ୍କ ପରାମର୍ଶରେ ସେ ମୋ ରୁମ୍‌ ଦୁଇ ଦିନ ରହିଥିଲା। ଦୁଇ ଦିନ ପରେ ସେ ପଳାଇ ଯାଇଥିଲା। ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ସୁସ୍ଥ ହୋଇନଥିଲି। ୭ରୁ ୧୭ ତାରିଖ ଭିତରେ ବ୍ଲିଡିଂ ବନ୍ଦ ହୋଇନଥିଲା। ସବୁ ଯନ୍ତ୍ରଣାକୁ ସହି ସେହି ଘର ଭିତରେ ପଡ଼ି ରହିଥିଲି। ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା, ମେଡ଼ିକାଲ୍‌ ଯିବା ପାଇଁ ତାଙ୍କ ଫୋନ୍‌ କରିଥିଲି। ମାତ୍ର ଫୋନ୍‌ ଲାଗି ନଥିଲା। ପରେ ମୁଁ ମୋ ଭଉଣୀଙ୍କୁ କହିଥିଲି। ସେ ଫୋନ୍‌ କରି ତାଙ୍କ(ଯୁବ ବ୍ୟବସାୟୀ) ମାଆଙ୍କୁ କହିଥିଲେ। ରାତି ପ୍ରାୟ ୨ଟା ବେଳେ ତାଙ୍କ ମାଆ ଆସି କିଛି ମେଡ଼ିସିନ୍‌ ଦେଇ ପଳାଇ ଯାଇଥିଲେ।”