ଡାକ୍ତରଖାନାରେ ବୃଦ୍ଧି ସତ୍ତ୍ବେ ଓମିକ୍ରନ୍‌ ପିଲାଙ୍କ ପାଇଁ ସେତେ ସାଙ୍ଘାତିକ ନୁହେଁ

0
576
ଓମିକ୍ରନ୍‌ ପିଲାଙ୍କ ପାଇଁ ସେତେ ସାଙ୍ଘାତିକ ନୁହେଁ
ଓମିକ୍ରନ୍‌ ପିଲାଙ୍କ ପାଇଁ ସେତେ ସାଙ୍ଘାତିକ ନୁହେଁ

ନ୍ୟୁୟର୍କ: ଦ୍ରୁତ ସଂକ୍ରମଣଶୀଳ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ଯୋଗୁଁ ହିଁ ଯୁକ୍ତରାଷ୍ଟ୍ର ଆମେରିକାରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ଅଧିକସଂଖ୍ୟକ ପିଲା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଦେଶବ୍ୟାପୀ ପିତାମାତାଙ୍କ ମନରେ ଉଦ୍‌ବେଗ ବଢ଼ିଯାଇଛି।

ଡିସେମ୍ବର ମାସରେ କେତେକ ରାଜ୍ୟରେ କୋଭିଡ୍-୧୯ ଆକ୍ରାନ୍ତ ପିଲାଙ୍କ ଡାକ୍ତରଖାନା ଭର୍ତ୍ତି ସଂଖ୍ୟା ୫୦% ବୃଦ୍ଧି ପାଇଛି। ସବୁଠୁ ଅଧିକ ପିଲା ସଂକ୍ରମିତ ହୋଇଛନ୍ତି ନ୍ୟୁୟର୍କ ସହରରେ। ଗତ ସପ୍ତାହରେ ନ୍ୟୁୟର୍କରେ ୬୮ଜଣ ଆକ୍ରାନ୍ତ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବିଗତ ଦୁଇ ସପ୍ତାହ ଠାରୁ ଗତ ସପ୍ତାହର ସଂକ୍ରମଣ ଥିଲା ପ୍ରାୟ ୪ଗୁଣ। ପ୍ରାପ୍ତ ବୟସ୍କ ସଂକ୍ରମଣ ସଂଖ୍ୟା ମଧ୍ୟ ‘ଓମିକ୍ରନ୍‌’ ହେତୁ ଦୁଇଗୁଣ ବୃଦ୍ଧି ପାଇଛି।

କିନ୍ତୁ, ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ବୃଦ୍ଧି ପାଉଥିଲେ ସୁଦ୍ଧା ‘ଓମିକ୍ରନ୍‌’ ପିଲାମାନଙ୍କ ପ୍ରତି ଅଧିକ ମାରାତ୍ମକ ହେବାର କ‌ୌଣସି ପ୍ରମାଣ ମିଳିନାହିଁ। ପ୍ରାଥମିକ ତଥ୍ୟାବଳୀ ଅନୁସାରେ, ‘ଡେଲ୍‌ଟା ଭେରିଏଣ୍ଟ୍‌’ ତୁଳନାରେ ‘ଓମିକ୍ରନ୍‌’ ଉଭୟ ପିଲା ଓ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ସାମାନ୍ୟ ରହୁଛି।

ଫିଲାଡେଲ୍‌ଫିଆ ଚିଲ୍‌ଡ୍ରେନ୍‌ସ୍‌ ହସ୍ପିଟାଲ୍‌ର ଗବେଷକ ଡାକ୍ତର ଡେଭିଡ୍‌ ରୁବିନ୍‌ କହନ୍ତି, ମୋର ମନେହୁଏ, ଏଥିରେ ସାଂଘାତିକତା ବରଂ କମ୍। ସେମିତି କିଛି ସାଂଘାତିକ ରୋଗ ହେବାର ସମ୍ଭାବନା ବି କମ୍। ‌ସେ ଏବଂ ଅନ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ୫ ବର୍ଷ ବୟସରୁ ଅଧିକ ପିଲାମାନଙ୍କ କ୍ଷେତ୍ରରେ ଟିକାକରଣ ହାର କମ୍‌ ଥିବାରୁ ସେମାନଙ୍କ ମଧ୍ୟରୁ ବହୁସଂଖାରେ ‘ଡେଲ୍‌ଟା’ ଏବଂ ‘ଓମିକ୍ରନ୍‌’ଦ୍ବାରା ଆକ୍ରାନ୍ତ ହେଉଛନ୍ତି।

ଏପର୍ଯ୍ୟନ୍ତ ସାନ ପିଲାମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି। ୧୬ରୁ ଅଧିକ ବର୍ଷ ବୟସ୍କ ପିଲାମାନେହିଁ କେବଳ ବୁଷ୍ଟର୍‌ ଡୋଜ୍‌ ନେବାକୁ ଅନୁମତି ପାଉଛନ୍ତି। ବୁଷ୍ଟର୍‌‌ ଡୋଜ୍‌ହିଁ ସଂକ୍ରମଣ ଏବଂ ଡାକ୍ତରଖାନା ଭର୍ତ୍ତିରୁ ନିରାପଦ ରଖୁଛି।

Also Read  Odisha CM unveils Odia Calendar 2025-26