ନିର୍ମାଣାଧୀନ ଘର ଭିତରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

0
553

ଲମତାପୁଟ: ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗ୍ରାମରଏକ ନିର୍ମାଣାଧୀନ ଘର ଭିତରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଓ ଲମତାପୁଟ ଥାନା ପୁଲିସ ମିଳିତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୩ କ୍ୱିଣ୍ଟାଲ ୫୭ କିଲୋଗ୍ରାମ ଓଜନର କ୍ୱିଣ୍ଟାଲ ୫୭ ଗଞ୍ଜେଇ ଜବତ କରାଯାଇଥିଲା। ଏହାର ଅନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ଦୁଇଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ।

Also Read  ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ