ନୂଆ ଡିଜିପି ସୁନୀଲଙ୍କ ଓଡ଼ିଶା ଫେରିବା ବାଟ ପରିଷ୍କାର

0
644
ସୁନୀଲ ବଂଶଲ
ସୁନୀଲ ବଂଶଲ

ଭୁବନେଶ୍ୱର : ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ସୁନୀଲ ବଂଶଲ। ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ସୁନୀଲଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଛନ୍ତି।

ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ। ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍‌ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ।

ଡିଜିପି ଦୌଡ଼ରେ ସୁନୀଲ ବଂଶଲଙ୍କ ସହିତ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ପ୍ରଦୀପ କପୁର ଓ ୧୯୮୮ ବ୍ୟାଚ୍‌ର ମନୋଜ ଛାବ୍ରାଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା। ଶେଷରେ ସୁନୀଲଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ନୂଆ ଡିଜିପି ଭାବେ ନିଯୁକ୍ତି ପାଇବା ପରେ ସୁନୀଲ ବଂଶଲ କହିଥିଲେ ଯେ ସେ ତାଙ୍କ ଦୀର୍ଘ ବର୍ଷର ଅଭିଜ୍ଞତାକୁ ପ୍ରୟୋଗ କରିବେ। ପୁଲିସ୍ ବିଭାଗରେ ଥିବା ସମସ୍ୟା ଗୁଡ଼ିକ ଉପରେ ଫୋକସ୍ କରିବା ସହିତ ଲୋକଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ, ସେ ଦିଗରେ କାର୍ଯ୍ୟ କରିବେ। ସେହିପରି ଲୋକଙ୍କ ମନରେ ପୁଲିସ୍ ପ୍ରତି ଥିବା ଭୟ ଦୂର କରିବାକୁ ପ୍ରୟାସ କରିବେ ବୋଲି ସେ କହିଥିଲେ। ସାଇବର କ୍ରାଇମ୍, ନିଶା କାରବାର ଓ ମାନବ ଚାଲାଣ ଆଦି ରୋକିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବଂଶଲ କହିଥିଲେ।

Also Read  Pleasant weather may give way to hot summer: CEC