ପୋଲାଭରମ ପାଇଁ ୨୫ ଗାଁ ପ୍ରଭାବିତ ହେବ : ଜାଣନ୍ତୁ କେଉଁ ଜିଲ୍ଲାରେ ଆସୁଛି ଏହିସବୁ ଗାଁ ?

0
308
ପୋଲାଭରମ ପ୍ର୍ରକଳ୍ପ
ପୋଲାଭରମ ପ୍ର୍ରକଳ୍ପ
  • ୧ଠ ଗାଁକୁ ପ୍ରଭାବିତ କରିବ ଝଞ୍ଜାବତୀ ପ୍ରକଳ୍ପ

  • ୮ରେ ବଂଶଧାରା ମାମଲାର ଶେଷ ଶୁଣାଣି

  • ଝଞ୍ଜାବତୀ ନଦୀରେ ବ୍ୟାରେଜ୍ କରିବ ଓଡ଼ିଶା

ଭୁବନେଶ୍ୱର : ପୋଲାଭରମ ପ୍ର୍ରକଳ୍ପ ହେଲେ ବ୍ୟନ୍ୟାରେ ବଢ଼ିଯିବ ୨୫ଟି ଗାଁ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏହିସବୁ ଗାଁର ୬୯୨୩ ଲୋକ ପ୍ରଭାବିତ ହେବାର ଅ ।ଶଙ୍କା କରି ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏହାସହ ୬୭୭୧ ହେକ୍ଟର ଚାଷଜମି ଓ ୩୪୬୯ ହେକ୍ଟର ଜଙ୍ଗଲ ଜମି ପ୍ରଭାବିତ ହୋଇପାରେ ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ।

ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି ଏବଂ ମୋହନ ଚରଣ ମାଝୀଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉ ରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ୨ଠଠ୬ରେ କେନ୍ଦ୍ରୀୟ ଜଳ ଅ ।ୟୋଗ (ସିଡବ୍ଲ୍ୟୁସି) ଅ ।ନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପର ବନ୍ୟା ପରିମାଣ (ଡିଜାଇନ୍ ଫ୍ଲଡ୍‌) ୩୬ ଲକ୍ଷ କ୍ୟୁସେକ୍‌ରୁ ୫ଠ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ସଂଶୋଧନ କରାଯାଇଛି । ପ୍ରକଳ୍ପର ବନ୍ୟା ପରିମାଣ ୫ଠ ଲକ୍ଷ କ୍ୟୁସେକ୍ ହେଲେ ମାଲକାନଗିରି ଜିଲ୍ଲାରେ ୨୫ଟି ଗାଁ ଓ ୬୯୨୩ ଲୋକ ପ୍ରଭାବିତ ହେବେ ।

ପୋଲାଭରମ ପ୍ରକଳ୍ପକୁ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ଦ୍ୱାରା ପ୍ରଦ କାର୍ଯ୍ୟବନ୍ଦ ନିର୍ଦ୍ଦେଶନାମାକୁ ପୁନଃ ରହିତାଦେଶ ନଦେବାରୁ ଗତ ଜୁଲାଇ ୨ ତାରିଖରୁ ପ୍ରକଳ୍ପ କାର୍ଯ୍ୟ ର୍ବମାନ ପାଇଁ ବନ୍ଦ ରହିଛି । ଏହି ବନ୍ଧର ଉଚ୍ଚତା ଭୂମିସ୍ତରରୁ ପାଖାପାଖି ୧୫୮ ଫୁଟ୍ ରହିଛି । ଓଡ଼ିଶା ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ ବିରୋଧରେ ସୁପ୍ରିମକୋର୍ଟରେ ଏକ ମୂଳ ମକଦ୍ଦମା ଦାୟର କରିଛନ୍ତି । ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିର୍ବନ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟବନ୍ଦ ନିର୍ଦ୍ଦେଶନାମାର ପୁନଃ ରହିତାଦେଶକୁ ରଦ୍ଦ କରିବା ପାଇଁ ଓଡ଼ିଶା ସରକାର ଏକ ଇରଲୋକ୍ୟୁଟୋରି ଦରଖାସ୍ତ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ସୁପ୍ରିମ୍‌କୋର୍ଟରେ କେସ୍‌ର ଶୁଣାଣି ଜାରି ରହିଛି ।

ସେହିପରି ଗୋଟ୍ଟା ବ୍ୟାରେଜ ସମ୍ପୂର୍ଣ୍ଣ ଭାବେ ଅ ।ନ୍ଧ୍ରପ୍ରଦେଶରେ ରହିଥିବାରୁ ଏଥିଯୋଗୁ ଓଡ଼ିଶାର କୌଣସି ଗ୍ରାମବାସୀ ବିସ୍ଥାପିତ ହେଉନାହାନ୍ତି । ଅ ।ନ୍ଧ୍ର ପ୍ରଦେଶର ଶେଷ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁଯାୟୀ, ନେରେଡି ବ୍ୟାରେଜ୍ ନିର୍ମାଣ ହେତୁ ଓଡ଼ିଶା ଅ ଳରେ ଜଳମଗ୍ନତାକୁ ଏଡ଼ାଇବା ପାଇଁ ବନ୍ୟା ସୁରକ୍ଷା ପ୍ରାଚୀରର ଅ ।ବଶ୍ୟକତା ଓ ବ୍ୟାରେଜ ନିର୍ମାଣ ଓଡ଼ିଶାର ଗଜପତି ଜିଲ୍ଲାରେ ୧୩୨୬ ଏକ ଜମି ଅଧିଗ୍ରହଣର ଅ ।ବଶ୍ୟକତା ରହିଥିବା ମନ୍ତ୍ରୀ ଉର ଦେଇଛନ୍ତି । ଅନ୍ୟପକ୍ଷରେ ଝଞ୍ଜାବତୀ ନଦୀ ବନ୍ଧ ପ୍ରକଳ୍ପ ଯୋଗୁ ଓଡ଼ିଶାର କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ୍‌ରେ ୧ଠଟି ଗାଁ ସହିତ ୧୧୭୫ ଏକର ଜମି ପ୍ରଭାବିତ ହେବ ।

Also Read  ପୁରୀ ଜିଲ୍ଲାର ଚାଷୀଙ୍କୁ ‘କାଳିଆ’ ସହାୟତା : ଉପକୃତ ହେବେ ୧,୬୫,୧୩୧ ଚାଷୀ

ମନ୍ତ୍ରୀ ଅ ।ହୁରି କହିଛନ୍ତି, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଚିନ୍ତାଗୁଡ଼ା ଗ୍ରାମ ନିକଟରେ ଝଞ୍ଜାବତୀ ନଦୀରେ ଏକ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କରିବାକୁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ରହିଛି । ଏହା ଅ ।ନ୍ଧ୍ରପ୍ରଦେଶର ଥିବା ଝଞ୍ଜାବତୀ ପ୍ରକଳ୍ପଠାରୁ ପ୍ରାୟ ୧୮ କିମି ଉପରମୁଣ୍ଡରେ ଅବସ୍ଥିତ । ଅଦ୍ୟାବଧି ୧୫୪ କିମି ପରିମିତ ଝଞ୍ଜାବତୀ ନଦୀରେ କୌଣସି ବୃହ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଓଡ଼ିଶା ଦ୍ୱାରା ନିର୍ମାଣ ହୋଇନି । ସେହିପରି ବଂଶଧାରା ଟ୍ରିବ୍ୟୁନାଲ ରାୟକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ କେସ୍ ଦାଖଲ କରିଛନ୍ତି । ଏହି ମାମଲାର ଶେଷ ଶୁଣାଣି ଅ ।ସନ୍ତା ୮ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା-ଅ ।ନ୍ଧ୍ର ବିବାଦ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପି କରିଛନ୍ତି ଯେ ଦୁଇ ରାଜ୍ୟର ମୁଖ୍ୟ ସଚିବମାନେ ଏକ କମିଟି ଗଠନ କରି ସୁଚିନ୍ତିତ ଭାବେ ଉପରୋକ୍ତ ପ୍ରସଙ୍ଗରେ ବିଚାରବିମର୍ଶ କରିବେ । ଓଡ଼ିଶା ଓ ଅ ।ନ୍ଧ୍ରପ୍ରଦେଶର ଲୋକଙ୍କ ହିତ ନିମନ୍ତେ ଏକ ସମାଧାନର ନିର୍ଯାସ ବାହାର କରିବେ ।

LEAVE A REPLY

Please enter your comment!
Please enter your name here