ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ପଜିଟିଭ : ଡାକ୍ତରଖାନାରେ ହେଲେ ଭର୍ତ୍ତି

0
636
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: କରୋନାଭାଇରସ ଦ୍ବାରା ସଂକ୍ରମିତ ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତାଙ୍କର ସ୍ବାବ ନମୁନା ପଜିଟିଭ ଆସିବା ପରେ ଏବେ କୋଲକାତାର ଉଡଲାଣ୍ଡ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ସୋମବାର ଦିନ ସୌରଭ ଗାଙ୍ଗୁଲିଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। କିଛି ମାସ ପୂର୍ବରୁ ତାଙ୍କ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଥିଲା।

ତେବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଚଳିତ ବର୍ଷ ପ୍ରାରମ୍ଭରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଚଳିତ ବର୍ଷ ଜାନୁଆରି ୪, ୨୦୨୧ରେ ନିଜ ବେହେଲାସ୍ଥିତ ବାସଭବନରେ ବ୍ୟାୟାମ ସାରିବାର ଠିକ୍ ପରେ ପରେ ହୃଦ୍‌ଘାତର ଶିକାର ହୋଇଥିଲେ ଗାଙ୍ଗୁଲି। ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲାଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜରୁରୀକାଳୀନ ୱାର୍ଡରେ ଆଶୁ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ବି ଜାନୁଆରି ୨୭ରେ ତାଙ୍କ ସ୍ବାସ୍ଥ୍ୟ ପୁଣି ବିଗିଡ଼ିଥିଲା। ଏହା ପରେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଦ୍ବିତୀୟ ଆଞ୍ଜିଓପ୍ଲାଷ୍ଟି କରାଯିବା ସହ ହୃତପିଣ୍ଡରେ ବ୍ଲକେଜକୁ ଦୂର କରିବା ପାଇଁ ତାଙ୍କ ଧମନୀରେ ୨ଟି ଷ୍ଟେଣ୍ଟ ଲଗାଯାଇଥିଲା।

Also Read  Odisha Vigilance Raids Four Places Linked to Forest Range Officer Of Rahama