ମ୍ୟାରେଜ୍ ପାର୍ଟିରେ ଐଶ୍ୱର୍ଯ୍ୟା ସ୍ୱାମୀ ଅଭିଷେକଙ୍କ ସହ କଲେ ଏମିତି ଡ୍ୟାନ୍ସ

0
452

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଦମଦାର ଅଭିନୟ ସହିତ ଚମତ୍କାର ଡ୍ୟାନ୍ସ ପାଇଁ ବି ଫେମସ୍। ଅଭିନେତ୍ରୀ ଫିଲ୍ମରେ ସମସ୍ତ ପ୍ରକାର ଡ୍ୟାନ୍ସ କରିଛନ୍ତି। ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟା ତାଙ୍କ ପର୍ସନାଲ୍ ଲାଇଫକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି। ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କର କିଛି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହା ଦେଖିବା ପରେ କ୍ଲିୟର୍ ହୋଇଛି ଯେ ସେ ରିୟଲ୍ ଲାଇଫରେ ପାର୍ଟି କରିବାକୁ ଭଲ ପାଆନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଐଶ୍ୱର୍ଯ୍ୟା ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ଏକ ପାର୍ଟିରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଅଭିଷେକ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସହ ପାର୍ଟିରେ ହଜିଯାଇଥିବା ନଜର ଆସିଛନ୍ତି। ଏହି ଭିଡିଓଟି ଇଶା ଅମ୍ବାନୀଙ୍କ ବିବାହର। ଏହି ଇଭେଣ୍ଟ ଉଦୟପୁରରେ ହୋଇଥିଲା। ବି ଟାଉନର ସମସ୍ତ ସେଲିବ୍ରିଟି ଏଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଐଶ୍ୱର୍ଯ୍ୟା-ଅଭିଷେକ, ରଣବୀର-ଦୀପିକାଙ୍କ ଅନେକ ଇନସାଇଡ୍ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା।

Also Read  ଡାହାଣୀ ସନ୍ଦେହ : ୧୯ ବର୍ଷରେ ୧୭ ଶହ ମହିଳାଙ୍କୁ ହତ୍ୟା, କେଉଁଠି ଏମିତି ଘଟିଛି ପଢ଼ନ୍ତୁ ?