ରାଜଧାନୀରେ ଚାଞ୍ଚଲ୍ୟ : ବଡ଼ଭାଇକୁ ହାଣିଲା ସାନଭାଇ

0
1348
murder for property

ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରିଲା ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ନିଜ ବଡ଼ଭାଇକୁ ହତ୍ୟା କରିବା ପରେ ପରେ ଖୁସି ଅଛ କି ନାହିଁ ବୋଲି ଫେସବୁକରେ ପୋଷ୍ଟ କରି ପଚାରିଛି ଅଭିଯୁକ୍ତ। ଏୟାରଫିଲଡ ଥାନା ଅଧୀନ ବୋତଣ୍ଡା ଅଞ୍ଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ସାମାନ୍ୟ କଳହକୁ କେନ୍ଦ୍ରକରି ସାନଭାଇ ବଡ଼ଭାଇକୁ ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ନେଇ ଏୟାରଫିଲଡ ଥାନାରେ ଅଭିଯୋଗ ହୋଇଛି। ଖଣ୍ଡାରେ ହାଣି ସାରିବା ପରେ, ଗେଟ ବାହାରକୁ ଘୋଷାଡ଼ି ନେଇ ସଂଘବଦ୍ଧ ଭାବରେ ଆକ୍ରମଣର ଫୁଟେଜ ସାମ୍ନାକୁ ଆସିଛି।

ଏପରିକି ବଡ଼ଭାଇକୁ ହାଣି ସାରିବା ପରେ, ଅଭିଯୁକ୍ତ ସିଗାରେଟ ଟାଣି ଭିଲେନ ଭଳି ପୋଜ ଦେଇ ଫେସବୁକରେ ‘ପକା ଖୁସି ତ’ ବୋଲି ଲେଖି ପୋଷ୍ଟ କରିଛି। ଘଟଣା ପରେ କୋଭିଡରେ ଆକ୍ରାନ୍ତ ସ୍ତ୍ରୀ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ, ରାକେଶ ଓରଫ ରାକା ନାଁରେ ଥାନାରେ ଅଭିଯୋଗ କରିବା ସହ ସେ ଆତଙ୍କିତ ଥିବା କହିଛନ୍ତି। ଅନ୍ୟପଟେ ଗତ ୩୦ ତାରିଖରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି।

Also Read  To pay respect to Uri Martyrs, CM will not celebrate his birthday