ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବ

0
708
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ବର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସର୍ଭିଲାନ୍ସକୁ ଜୋରଦାର କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିବେ। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଅଧିକ ଚିହ୍ନଟ ହେବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ନାହିଁ।

ଏଣେ ଆଜି ରାଜ୍ୟରେ ପୁଣି ୨ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି। ସେଦୁହେଁ ନାଇଜେରିଆ ଫେରନ୍ତା। ଏଦୁହେଁ ନାବାଳକ। ଏମାନଙ୍କ ଭିତରୁ ଜଣଙ୍କର ବୟସ ୧୫ ବର୍ଷ ଓ ଆରଜଣଙ୍କର ୧୧ ବର୍ଷ। ଉଭୟେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା। ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆଗରୁ ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଥିଲା। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଥିଲେ। ସେ ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି। କେହି ଗୁରୁତର ନାହାନ୍ତି। ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର। ଦୁଇ ଜଣ ପୁରୁଷ। ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧। ଏହା କହିଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା।

Also Read  35 pc schools in India enrol less than 50 students, have just one or two teachers