ଲୋକସେବା ଭବନରେ ଦୁଇ ଦିନିଆ କର୍ମଶାଳା, ନବ ନିର୍ବାଚିତଙ୍କୁ ନବୀନ ଦେବେ ଟିପ୍ସ

0
316

ଭୁବନେଶ୍ୱର: ଲୋକସେବା ଭାବନରେ ଦୁଇ ଦିନିଆ କର୍ମଶାଳାର ଆୟୋଜନ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଦୁଇ ଦିନିଆ କର୍ମଶାଳା ଆୟୋଜନ ହେବାକୁ ଯାଉଛି । ଏହି କର୍ମଶାଳାର ଶୀର୍ଷକ ରହିଛି ଅର୍ବାନ ଗଭରନାନ୍ସ ଆଣ୍ଡ ଇନିସିଏଟିଭ । ସୋମବାର ଏବଂ ମଙ୍ଗଳବାର ଆୟୋଜିତ ହେବାକୁ ଥିବା କର୍ମଶାଳାରେ ନବ ନିର୍ବାଚିତ ପୌରାଧ୍ୟକ୍ଷ ଏବଂ ମେୟର ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କର୍ମଶାଳାର ଉଦଘାଟନ କରିବେ। ଏହି କର୍ମଶାଳାରେ କିଭଳି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସେବା ଯୋାଗଇବ, କିପରି ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବ ସେ ନେଇ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ନିକଟରେ ପୌର ଏବଂ ମେୟର ନିର୍ବାଚନ ଶେଷ ହୋଇଛି । ଯେଉଁସବୁ ଜାଗାରେ ନିର୍ବାଚନ ହୋଇଛି ସେଠାରେ ପ୍ରମୁଖ ସମସ୍ୟା ରହିଛି ପରିମଳ ବ୍ୟବସ୍ଥା, ପିଇବା ପାଣି, ଯୋଜନା ଠିକ୍ ଭାବରେ ଲୋକଙ୍କ ପାଖରେ ଇତ୍ୟାଦି ନପହଞ୍ଚିବା । ଏହେ ଗ୍ରୀଷ୍ମ ପ୍ରବାହ ଚାଲିଛି । ବିଭିନ୍ନ ସ୍ଥାନରେ ଉତ୍କଟ ପାଣି ସମସ୍ୟା ଆରମ୍ଭ ହୋଇଛି। ସେହିପରି ଆଗାମୀ ଦିନରେ ବର୍ଷା ଆସୁଛି । ଏହି ସମୟରେ ନାଳ ସଫା ନରହିବାରୁ ପାଣି ନିଷ୍କାସିତ ନହେବା, ରାସ୍ତାରେ ବର୍ଷା ପାଣି ଛିଡା ହୋଇ ରହିବା ଗୋଟିଏ ପ୍ରମୁଖ ସମସ୍ୟା ହେବ । ତେଣୁ ଏହି ସମୟରେ ଜନପ୍ରତିନିଧି ଭାବେ କିଭଳି ଲୋକଙ୍କ ଆସ୍ଥା ଭାଜନ ହେବ ଏବଂ ଲୋକଙ୍କ ସମସ୍ୟାର ସମାଧାନ କିଭଳି କରିବ ସେ ନେଇ ମୁଖ୍ୟମନ୍ତ୍ରୀ ଟିପ୍ସ ଦେବେ ବୋଲି ସୂଚନା ରହିଛି।

Also Read  ଆଜି ପବିତ୍ର ଶ୍ରୀରାମ ନବମୀ; ଚଳଚଞ୍ଚଳ ଦେଶର ସମସ୍ତ ରାମ ମନ୍ଦିର