ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ : ଭାରତରେ ହେବନି ଦୃଶ୍ୟମାନ

0
840
ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ
ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଘଟିତ ହେବ ଶତାବ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାୱାଇର କିଛି ଅଂଶ ତଥା ଉତ୍ତର-ପଶ୍ଚିମ ତଥା ଉତ୍ତର-ୟୁରୋପର କିଛି ଅଞ୍ଚଳରେ ଆଂଶିକ ଦୃଶ୍ୟମାନ ହେବ। ଭାରତ କିମ୍ବା ଓଡ଼ିଶାରେ ଏହା ଦୃଶ୍ୟମାନ ହେବ ନାହିଁ।

ଭାରତୀୟ ସମୟ ଦିନ ୧୧ଟା ୩୨ରେ ଏହା ଆ‌ରମ୍ଭ ହେବ। ଏହି ସମୟରେ ଚନ୍ଦ୍ର, ପୃଥିବୀର ଉପଛାୟାରେ ପ୍ରବେଶ କରିବ। ସେହିପରି ଦିନ ୧୨ଟା ୪୮ରେ ପୃଥିବୀର ଛାୟାରେ ଚନ୍ଦ୍ର ପ୍ରବେଶ କରିବ। ଅପରାହ୍‌ଣ ୨ଟା ୩୨ମିନିଟ୍‌ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ। ‌ସେହିପରି ଅପରାହ୍‌ଣ ୪ଟା ୧୭ରେ ଚନ୍ଦ୍ର, ପୃଥିବୀର ଛାୟାରୁ ବାହାରିବା ଆରମ୍ଭ କରିବ। ୫ଟା ୩୩ ମିନିଟ୍‌ ସୁଦ୍ଧା ଚନ୍ଦ୍ର, ପୃଥିବୀର ଉପଛାୟାରୁ ସମ୍ପୂର୍ଣ୍ଣ ବାହାରି ସାରିଥିବ ବୋଲି ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Also Read  ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ