ସଂସଦରେ କୃଷି ଆଇନ ଉଚ୍ଛେଦ କର, ତା’ପରେ କୃଷକମାନେ ଫେରିବେ : ଟିକାୟତ

0
409
ରାକେଶ ଟିକାୟତ
ରାକେଶ ଟିକାୟତ

ନୂଆଦିଲ୍ଲୀ : ଯେଉଁ ପର୍ଯ୍ୟନ୍ତ ସଂସଦରେ ଔପଚାରିକ ଭାବେ କୃଷି ଆଇନ ପ୍ରକ୍ରିୟା ସରିନି ସେଯାଏଁ ପ୍ରତିବାଦକାରୀ କୃଷକମାନେ ଘରକୁ ଫେରିବେନି । ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ “ଅୟମାରମ୍ଭ’ ବୋଲି ଭାରତୀୟ କିଷାନ୍‌ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି ।

ଟିକାୟତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପ୍ରତିକାର କରି ନ ଥିବା ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଅନେକ ସମସ୍ୟା ପଡ଼ିରହିଛି। ସେ ପୁନର୍ବାର କହିଛନ୍ତି, କାର୍ଯ୍ୟ ଠିକ୍‌ ଭାବେ ସମାପନ ହେଲେ ଯାଇ ଘରକୁ ଫେରିବୁ। ରୀତିମତେ ସଂସଦରେ ଏହି ଆଇନ ଉଚ୍ଛେଦ ପ୍ରକ୍ରିୟା ପାରିତ ନ ହେବା ପର୍ଯ୍ୟନ୍ତ କୃଷକମାନେ ଏ ଭଳି ଘୋଷଣାକୁ ବିଶ୍ବାସ କରିବେ ନାହିଁ ବୋଲି ସେ ପ୍ରକାରାନ୍ତରେ ସୂଚାଇ ଦେଇଛନ୍ତି।

FARM LAW

ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ଆଜି ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ ବୈଠକ ବସିବ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିବାକୁ କୁଣ୍ଠାବୋଧ କରି ସେ କହିଛନ୍ତି, ଏହାକୁ ଆମେ ଅୟମାରମ୍ଭ ବୋଲି କହିପାରିବା।

ଏହି ଆନ୍ଦୋଳକୁ ସୁଦୃଢ଼ କରି ଆଗଇେ ନେବା ପାଇଁ ୬୦୦ରୁ ଊର୍ଦ୍ଧ୍ବ କୃଷକ ଆତ୍ମବଳି ଦେଇଛନ୍ତି। କ‌ୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆମେ ସେମାନଙ୍କ ଆତ୍ମବଳିକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ। ତିନି କୃଷି ଆଇନ ଉଚ୍ଛେଦ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବାକ୍ଷଣି ବିଭିନ୍ନ ରାଜନୈତିକ ଦଳ ଏବଂ ବ୍ୟକ୍ତିବି‌ଶେଷ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ତିନି କୃଷି ଆଇନ ଉଚ୍ଛେଦ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବାକ୍ଷଣି ବିଭିନ୍ନ ରାଜନୈତିକ ଦଳ ଏବଂ ବ୍ୟକ୍ତିବି‌ଶେଷ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳମାନେ ଏହାକୁ କୃଷକମାନଙ୍କର ବିଜୟ ଏବଂ ଅହଙ୍କାରୀ ସରକାରଙ୍କର ପରାଜୟ ବୋଲି କହିଛନ୍ତି। କିନ୍ତୁ, ଭାରତୀୟ ଜନତା ପାର୍ଟି ନେତାମାନେ ଏହାକୁ କୃଷକମାନଙ୍କର କଲ୍ୟାଣ ପାଇଁ ଏକ ପଦକ୍ଷେପ ବୋଲି କହିଛି।

Also Read  ପଞ୍ଚାୟତ ନିର୍ବାଚନ : ପୁରୀରେ ବିଜେଡିର ପ୍ରଶିକ୍ଷଣ ଶିବିର ଆରମ୍ଭ