ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର ହେଲେ ….

0
720
ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର ହେଲେ
ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର ହେଲେ

କଟକ: ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି। ସେ ମାହାଙ୍ଗା ଡବଲ ମର୍ଡର ଘଟଣାର ଅଫ ଟୁ ଡେଟ କେସ ଡାଏରୀ ଓ ସିଡିଆର ଦାଖଲ କଛନ୍ତି।

ମାହାଙ୍ଗା ଡବଲ ମର୍ଡର ଘଟଣାର ଅପ-ଟୁ-ଡେଟ୍ କେସ ଡାଏରୀ ସହିତ ସିଡିଆର ସଂଗ୍ରହ ଏବଂ ସଂରକ୍ଷଣ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଜଣାଇବା ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୧୦ ତାରିଖ ଅର୍ଥାତ ଆଜି ସକାଳ ସାଢେ ୧୦ଟା ସୁଦ୍ଧା ହାଜର ହୋଇ ରିପୋର୍ଟ ଦାଖଲ ନ କଲେ ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି କୋର୍ଟ ଚେତାବନୀ ଦେଇଥିଲେ।

ଗତ ୪ ତାରିଖ ଦିନ ଅଧିକ ସମୟ ଲୋଡ଼ି ମାହାଙ୍ଗା ଥାନା ଅଧିକାରୀ ଦାୟର କରିଥିବା ପିଟିସନକୁ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ଖାରଜ କରିଥିଲେ। ପୂର୍ବ ନିର୍ଦ୍ଦେଶ ଅନୁସାରେ ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ ଓ ସଂରକ୍ଷଣ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ୨୦୨୧, ଡିସେମ୍ବର ୧୦ ସକାଳ ୧୦ଟା ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଅଦାଲତ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଯଦି ତଦନ୍ତକାରୀ ଅଧିକାରୀ କେସ୍ ଡାଏରି ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କିତ ରିପୋର୍ଟ ଦାଖଲ କରିବାରେ ବିଫଳ ହୁଅନ୍ତି ତେବେ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବ। ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ପ୍ରତି ଅସମ୍ମାନ ଏବଂ ଫୌଜଦାରୀ କାର୍ଯ୍ୟବିଧି ସଂହିତା (ସିଆରପିସି)ର ଉଦ୍ଦେଶ୍ୟମୂଳକ ଉଲ୍ଲଂଘନ ଭାବେ ଦେଖାଯିବ। ଏଭଳି ସ୍ଥିତିରେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଠୋର ତଥା ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦାଲତ ବାଧ୍ୟ ହେବେ ବୋଲି ଡିସେମ୍ବର ୪ର ରାୟରେ ସ୍ପଷ୍ଟ କରାଯାଇଥିଲା ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଦାଲତ କହିଥିଲେ।

ଜେଏମ୍‌ଏଫ୍‌ସି ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ଦୌରା ଅଦାଲତରୁ କୌଣସି ପ୍ରକାର ରାୟ ଆଣିବାରେ ସରକାର ବିଫଳ ହେବା ପରେ ମାହାଙ୍ଗା ଥାନା ଅଧିକାରୀଙ୍କ ପାଇଁ ସମସ୍ୟା ବଢି ଯାଇଥିଲା। ୧୦ ତାରିଖ ଦିନ ପୂର୍ବ ନିର୍ଦ୍ଦେଶ ପାଳନ କରି ଅଦାଲତରେ ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ ଓ ସଂରକ୍ଷଣ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ତଦନ୍ତକାରୀ ଅଧିକାରୀ ଜଣାଇବେ, ନଚେତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ସ୍ପଷ୍ଟ ହୋଇଥିଲା।

Also Read  Union Government’s flagship programme Pradhan Mantri Ujjwala Yojana (PMUY) launched at Pallahara, Angul