ଚଳିତ ବର୍ଷ ଗୁଗଲ୍‌ରେ ଭାରତୀୟମାନେ କ’ଣ ସବୁ ‘ସର୍ଚ’ କରୁଥିଲେ ଜାଣନ୍ତୁ …?

0
939
କ’ଣ ସବୁ ‘ସର୍ଚ’ କରୁଥିଲେ ଜାଣନ୍ତୁ ...?
କ’ଣ ସବୁ ‘ସର୍ଚ’ କରୁଥିଲେ ଜାଣନ୍ତୁ ...?

ନୂଆଦିଲ୍ଲୀ: ୨୦୨୧ରେ ଭାରତର ସୁବୁଠୁ ଅଧିକ ‘ସର୍ଚ ଟ୍ରେଣ୍ଡ୍‌’ ସହ ଗୁରୁବାର ଦିନ ‘ଗୁଗଲ୍‌ ଇଣ୍ଡିଆ’ ତା’ର ‘ଇୟର୍‌ ଇନ୍‌ ସର୍ଚ ୨୦୨୧’ର ଫଳାଫଳ ଘୋଷଣା କରିଛି। ଏ ବର୍ଷ ତମାମ ଭାରତୀୟମାନେ ସବୁଠୁ ଅଧିକ ‘ସର୍ଚ’ କରିଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି- ଖବର, କ୍ରୀଡ଼ା, ମନୋରଞ୍ଜନ ଏବଂ ଆହୁରି କିଛି ବିଷୟ।

ଭାରତୀୟମାନେ ସବୁଠୁ ଅଧିକ ‘ସର୍ଚ’ କରିଥିବା କ୍ଷେତ୍ରର ସର୍ବାଗ୍ରେ ରହିଛି  ‘ଆଇପିଏଲ୍‌’, ‘କୋୱିନ୍‌’ ଏବଂ ‘ଆଇସିସିଟି୨୦ ୱାର୍ଲଡ୍‌ କପ୍‌’। ସେହିପରି, ‘ୟୁରୋ କପ୍‌’ ଏବଂ ‘ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ା’ ଯଥାକ୍ରମେ ‘ସର୍ଚ’ର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି।

‘ସର୍ଚ’ର ଶ୍ରେଷ୍ଠ ୧୦ଟି ତାଲିକାରେ ରହିଛି- କୋଭିଡ୍‌ ଟିକା, ଫ୍ରି’ ଫାୟାର୍‌ ରିଡିମ୍‌ କୋଡ୍‌, ନୀରଜ ଚୋପ୍ରା, ଆର୍‌ୟନ୍‌ ଖାନ୍‌ ଏବଂ କୋପା ଆମେରିକା ଆଦି ପ୍ରସଙ୍ଗ। ଏହାଛଡ଼ା, ଟେଲ୍‌ସା ସିଇଓ ଏଲନ୍‌ ମସ୍କ୍‌ ଏବଂ ସମ୍ବାଦପତ୍ରର ରଙ୍ଗିନ କ୍ରୋଡ଼ପତ୍ରର ତୃତୀୟ ପୃଷ୍ଠାରେ ପ୍ରକାଶ ପାଉଥିବା ଫଟୋ ଛାପାଯାଉଥିବା ଭିକି କୌଶଲ, ‌ଶେହନାଜ୍‌ ଗିଲ୍‌ ଏବଂ ରାଜ୍‌ କୁନ୍ଦ୍ରାଙ୍କ ଭଳି ସେଲିବ୍ରିଟିଙ୍କୁ ମଧ୍ୟ ଭାରତୀୟମ‌ାନେ ‘ଗୁଗଲ୍‌’ରେ ସର୍ଚ କରିଛନ୍ତି।

ଏହା ବ୍ୟତିରେକେ, ଚଳିତ ବର୍ଷ ‘ନିୟର୍‌ ମି’ ‘ସର୍ଚ’ରେ ଅଧିକାଂଶ ଲୋକ ମୁଖ୍ୟତଃ ମହାମାରୀ ସମ୍ବନ୍ଧୀୟ ସେବା ଯଥା: ଟିକା, କୋଭିଡ୍‌ ଟେଷ୍ଟ୍‌, କୋଭିଡ୍‌ ହସ୍ପିଟାଲ୍‌, ଅକ୍ସିଜେନ୍‌ ସିଲିଣ୍ଡର୍‌ ଏବଂ ସିଟି ସ୍କାନ୍‌ ଆଦି ଖୋଜାଖୋଜି କରିଛନ୍ତି। ସେହିଭଳି, ଲକ୍‌ଡାଉନ୍‌ ଘୋଷଣା ହେତୁ ଲୋକମାନଙ୍କୁ ‘ଫୁଡ୍‌ ଡେଲିଭରି’, ‘ଟିଫିନ୍‌ ସର୍ଭିସେସ୍‌’ ଏବଂ ‘ଟେକ୍‌ଆଉଟ୍‌ ରେସ୍ତୋରାଁ ଆଦି ସର୍ଚ କରିବାକୁ ପଡ଼ିଛି।

ଅନ୍ୟ ଏକ କୌତୂହଳର କଥା ହେଲା, ୨୦୨୧ରେ ‌ବହୁ ଲୋକ ଆଞ୍ଚଳିକ ସିନେମା ପ୍ରତି ପ୍ରବଳ ଆଗ୍ରହ ଦେଖାଇଛନ୍ତି। ଚଳଚ୍ଚିତ୍ର ‘ସର୍ଚ’ ତାଲିକାର ଶୀର୍ଷରେ ରହିଛି ତାମିଲ୍‌ ବ୍ଲକ୍‌ବଷ୍ଟର୍‌ ‘ଜୟ ଭୀମ୍‌’। ତା’ ପଛକୁ ରହିଛି ‘ଶେର୍‌ଶାହ’, ‘ରାଧେ’ ଏବଂ ‘ବେଲ୍‌ ବଟମ୍‌’ ଭଳି ବଲିଉଡ୍‌ ଚଳଚ୍ଚିତ୍ର। ‘ଗଡ୍‌ଜିଲ୍ଲା ଭର୍ସେସ୍‌ କଙ୍ଗ୍‌’ ଓ ‘ଏଟର୍‌ନାଲ୍‌’ ଭଳି ହଲିଉଡ୍‌ ଚଳଚ୍ଚିତ୍ରକୁ ମଧ୍ୟ ଚଳିତ ବର୍ଷ ଅନେକେ ‘ଗୁଗଲ୍‌’ରେ ‘ସର୍ଚ’ କରିଛନ୍ତି।

Also Read  Secretary, Ministry of Mines, Reviews Expansion Progress And Overall Performance of NALCO