ସମୀରଙ୍କୁ ଆଉ ଏକ ଝଟ୍‌କା, ରଦ୍ଦ ହେଲା ଲାଇସେନ୍ସ

0
285
Sameer Wankhede
Sameer Wankhede

ନୂଆଦିଲ୍ଲୀ: ବଲିଉଡର କିଙ୍ଗଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ଏନ୍‌ସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ରଦ୍ଦ ହୋଇଛି ତାଙ୍କ ହୋଟେଲ ଲାଇସେନ୍ସ। ବୁଧବାର ମହାରାଷ୍ଟ୍ରରେ ଥିବା ସମୀର ୱଙ୍ଖଡେଙ୍କ ଏକ ହୋଟେଲର ଲାଇସେନ୍ସକୁ ଥାଣେର ଜିଲ୍ଲାପାଳ ରଦ୍ଦ କରିଦେଇଛନ୍ତି।

ମହାରାଷ୍ଟ୍ରର ନୱି ମୁମ୍ବାଇରେ ସମୀର ୱାଙ୍ଖଡେଙ୍କ ସଦଗୁରୁ ହୋଟେଲ ଓ ବାର୍‌ ନାମରେ ଏକ ହୋଟେଲ ଥିଲା। କୁହାଯାଉଛି ଯେ, ଏହି ହୋଟେଲ ପାଇଁ ଲାଇସେନ୍ସ ପ୍ରାପ୍ତ କରିବା ଲାଗି ଯେଉଁ କାଗଜପତ୍ର ଦିଆଯାଇଥିଲା, ସେଥିରେ କିଛି ହେର୍‌ଫେର ରହିଛି। କିଛି ନକଲି କାଗଜପତ୍ର ସାମିଲ ଥିବା ଅଭିଯୋଗ ଉଠିଛି। ଏହି କାରଣରୁ ୱାଙ୍ଖଡେଙ୍କ ଉକ୍ତ ହେଟେଲର ଲାଇସେନ୍ସକୁ ଥାଣେ ଜିଲ୍ଲାପାଳ ବୁଧବାର ଦିନ ରଦ୍ଦ କରି ଦେଇଥିବା ନେଇ ଥାଣେ ଏସ୍‌ପି ନୀଲେଶ ସାଙ୍ଗଦେ କହିଛନ୍ତି।

ତାଙ୍କ କହିବା ମୁତାବକ, ଏହା ପୂର୍ବରୁ ଜିଲ୍ଲାପାଳ ସମୀର ୱାଙ୍କଡେଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତଦନ୍ତରୁ ଜଣାପଡିଥିବା ଯେ ସମୀର ଯେତେବେଳେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ସେତେବେଳେ ତାଙ୍କ ବୟସ ୨୧ ବର୍ଷରୁ କମ୍‌ ଥିଲା। ଏକ୍ସସାଇଜ୍‌ ଡିପାର୍ଟମେଣ୍ଟ ଅନୁଯାୟୀ ୨୧ ବର୍ଷରେ ହିଁ ଲାଇସେନ୍ଦ ଜାରି କରାଯାଏ। କିନ୍ତୁ ପ୍ରକୃତରେ ସେତେବେଳେ ତାଙ୍କ ବୟସ ୧୭ ବର୍ଷ ୧୦ ମାସ ଥିଲା। ସେ ନିଜ ଜନ୍ମପ୍ରମାଣ ପତ୍ରରେ ହେର୍‌ଫେର୍‌ କରିଥିଲେ। ଏହି କାରଣ ଯୋଗୁଁ ସଦ୍‌ଗୁରୁ ହୋଟେଲ ଆଣ୍ଡ ବାର୍‌ର ଲାଇସେନ୍ସକୁ କ୍ୟାନ୍‌ସେଲ କରାଯାଇଛି।

ଏହା ପୂର୍ବରୁ ସମୀର ୱାଙ୍ଖଡେଙ୍କ ନାଁରେ ଭଷ୍ଟ୍ରାଚାର ଅଭିଯୋଗ ମଧ୍ୟ ଆସିଛି। କ୍ରୁଜ୍‌ ଡ୍ରଗ୍ସ କେସ୍‌ ମାମଲରେ ସ୍ୱତନ୍ତ୍ର ସାକ୍ଷୀ ଥିବା ଏହି ଅଭିଯୋଗ ଉଠାଇଛନ୍ତି। କିରଣ ଗୋସାୱିଙ୍କ ବଡିଗାର୍ଡ ରହିଥିବା ପ୍ରଭାକର ସେଲ୍‌ ଦାବି କରିଥିଲେ ଯେ, ଶାହାରୁଖ ଖାନ୍‌ଙ୍କ ପୁଅକୁ ଛାଡିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ପରେ ୧୮ କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା। ଏଥିରେ ୮ କୋଟି ଟଙ୍କା ସମୀର ୱାଙ୍ଖଡେ ନେଇଥାନ୍ତେ ବୋଲି ସେ ଅଭିଯୋଗ ଆଣିଥିଲେ। ସେହିପରି ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲକି ମଧ୍ୟ ସମୀର ୱାଙ୍ଖଡେଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ ଆଣି ସାରିଛନ୍ତି। ଏହାପରେ ତାଙ୍କୁ ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ କେସ୍‌ ମାମଲାରୁ ହଟାଇ ଦିଆଯାଇଛି। ଏପରିକି ସେ ଏବେ ଏନ୍‌ସିବିରୁ ବିଦା ମଧ୍ୟ ହୋଇସାରିଛନ୍ତି।

Also Read  ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

LEAVE A REPLY

Please enter your comment!
Please enter your name here