ସାମ୍ବାଦିକଙ୍କ ଦ୍ବିତୀୟ ଡୋଜର ୯ମାସ ହୋଇଯାଇଥିବ, ସେମାନେ ପ୍ରିକସନ ଡୋଜ ନେଇପାରିବେ

0
565
ବିଜୟ ପାଣିଗ୍ରାହୀ
ବିଜୟ ପାଣିଗ୍ରାହୀ

ଭୁବନେଶ୍ବର:ଯେତେ ଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ । ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି। ଯେଉଁମାନଙ୍କର ଦ୍ବିତୀୟ ଡୋଜ ନେବାର ୯ମାସ ହୋଇଯାଇଥିବ ସେମାନେ ପ୍ରିକସନ ଡୋଜ ନେଇ ପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୫ କୋଟି ୪୯ ଲକ୍ଷ ୮ ହଜାର ୬୧୯ ଡୋଜ ଟିକା ଦିଆଯାଇଛି। ସେଥିରୁ ପ୍ରଥମ ଡୋଜ ୩ କୋଟି ୧୪ ଲକ୍ଷ ୧ ହଜାର ୧୪୧, ଉଭୟ ଡୋଜ ୨ କୋଟି ୩୨ ଲକ୍ଷ ୧୯ ହଜାର ୨୯୭, ୧୫ରୁ ୧୮ ବର୍ଷ ବୟସ୍କଙ୍କୁ ୧୧ ଲକ୍ଷ ୭୯ ହଜାର ୪୫୨ ଡୋଜ ଟିକା ବା ଲକ୍ଷ୍ୟର ୫୦ ପ୍ରତିଶତ ଏବଂ ୨ ଲକ୍ଷ ୮୮ ହଜାର ୧୮୧ ପ୍ରିକସନ ଡୋଜ ଦିଆଯାଇଛି।

ଏଣେ ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି, କେସ ଡବଲିଙ୍ଗ କମିଛି। ଏବେ ରାଜ୍ୟରେ ୮୮ ହଜାର ଆକ୍ଟିଭ କେସ ରହିଛି କିନ୍ତୁ ମାତ୍ର ୧୨୩୦ ଲୋକ ହସ୍ପିଟାଲରେ ଅଛନ୍ତି, ଯାହା ଆମ ପାଇଁ ଆଶାସ୍ୱନାର ବିଷୟ। ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡି ନାହିଁ। ଆଇସିୟୁରେ ମଧ୍ୟ ରୋଗୀ ନାହାନ୍ତି, ଅକ୍ସିଜେନ ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଚାରୋଟି ଜିଲ୍ଲା ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଏବଂ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି। ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢେଇବାକୁ କୁହାଯାଇଛି।

ଓମିସିଓର କିଟ ଏକ ସାମ୍ପୁଲ ଷ୍ଟଡି। ଆଇସିଏମର ମଧ୍ୟ କହିଛି ଓମିକ୍ରନ ଜାଣିଲେ ଟ୍ରିଟମେଣ୍ଟରେ କୌଣସି ଫରକ ପଡୁନାହିଁ। ଟ୍ରିଟମେଣ୍ଟ ସମାନ, ଏହା କେବଳ ଏପିଡେ଼ମିକ ଷ୍ଟଡି ପାଇଁ ବ୍ୟବହାର କରଯାଉଛି।

Also Read  SEC annouces re-polls in 14 places in Odisha from Apr 19 onwards