୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

0
321
୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ରାଜଧାନୀର ଯୋଜନାବଦ୍ଧ ବିକାଶ ପାଇଁ ସମ୍ମିଳିତ ପ୍ରୟାସ ଲୋଡ଼ା

ଭୁବନେଶ୍ୱର: ଏପ୍ରିଲ ୧୩ : ରାଜଧାନୀ ଭୁବନେଶ୍ୱରକୁ ଏକ ସମୃଦ୍ଧ ଓ ବିକଶିତ ନଗରୀରେ ପରିଣତ କରିବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯିବା ଆବଶ୍ୟକ । ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁସବୁ ପଦକ୍ଷେପ ନିଆଯାଉଛି ତାହାକୁ ଶୃଙ୍ଖଳିତ ଭାବରେ କାର୍ଯ୍ୟକାରୀ କରିବାକୁ ସମ୍ମିଳିତ ପ୍ରଚେଷ୍ଟାର ଜରୁରୀ ଆବଶ୍ୟକତା ରହିଛି ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ରାଜଧାନୀ ନଗରୀ ରୂପେ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ବକ୍ତାମାନେ ରାଜଧାନୀ ଭୁବନେଶ୍ୱରକୁ ସବୁଜସୁନ୍ଦର ତଥା ସ୍ୱାସ୍ଥ୍ୟପ୍ରଦ ନଗରୀରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ଉପଲକ୍ଷେ ଓଡ଼ିଶା ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକ ଠାରେ ଏକ ଚିତ୍ତାକର୍ଷକ ବେସାମରିକ ପ୍ୟାରେଡ୍ ଓ ମାର୍ଚ୍ଚପାଷ୍ଟ ଆୟୋଜିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ପାତ୍ର ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ପତାକା ଉତ୍ତୋଳନ କରିବା ସହ ବେସାମରିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ, ପ୍ରଶସ୍ତିକରଣ, ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାଶ ଓ ଡେପୁଟି ମେୟର ମଞ୍ଜୁଲତା କହଁର, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜଧାନୀ ସ୍ଥାପନର ଅତୀତ ଘଟଣାବଳୀ ସଂପର୍କରେ ଉଲ୍ଲେଖ କରିବା ସଂଗେ ସଂଗେ ଏହାର ମୁଖ୍ୟ ପୁରୋଧା ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Also Read  ମହଙ୍ଗା ପଡିଲା ଦାନ୍ତ ଅସ୍ତ୍ରୋପଚାର: ବିଗିଡିଗଲା ଅଭିନେତ୍ରୀଙ୍କ ଚେହେରା

ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଭାବେ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ବିନୟ ଦାସ ଓ ଲକ୍ଷ୍ମୀକାନ୍ତ ସେଠୀ, ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ, ଜିଲ୍ଲା ସୂଚନା ଅଧିକାରୀ ପଠାଣି ରାଉତ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଭୁବନେଶ୍ୱର ଶିକ୍ଷା ଜିଲ୍ଲା ଅଧିକାରୀ ପ୍ରଜ୍ଞା ଜେନା, କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକଙ୍କ ସମେତ ରାଜଧାନୀର ବିଭିନ୍ନ ସ୍କୁଲ ଓ କଲେଜର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇଥିଲେ ।
ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ସାଧାରଣ ସଂପାଦକ ସାମ୍ବାଦିକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇ ଭୁବନେଶ୍ୱରକୁ ଜିଲ୍ଲା ଭାବେ ପରିଣତ କରିବା ପାଇଁ ଦାବି କରିବା ସହିତ ବିଧାନସଭାର ପାଚେରୀରେ ଦୀର୍ଘ ୩୪ବର୍ଷ ଧରି ଲାଗିଥିବା ଶିଳାନ୍ୟାସ ଫଳକକୁ ଅଲଗା କରି ତା’ର ସୌନ୍ଦର୍ଯ୍ୟକରଣ କରିବାକୁ ଦାବି କରିଥିଲେ ।

କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୨୦୨୩ ବର୍ଷ ଠାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସରକାରୀ ସ୍ତରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାର ପରିଚାଳନାରେ କମିଟି ମହାନଗର ନିଗମ ପକ୍ଷରୁ ସରକାରୀ ସ୍ତରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାର ପରିଚାଳନାରେ କମିଟି ସରକାରଙ୍କୁୂ ସବୁପ୍ରକାର ସହଯୋଗ କରିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ-୨୦୨୨’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ କୋଭିଡ୍ ଯୋଦ୍ଧା ଭାବେ ଡ. ସଂଘମିତ୍ରା ପତି ଓ ଶୁଭେନ୍ଦୁ ସାହୁ, ବିଶିଷ୍ଟ ଶିଳ୍ପପତି ପଙ୍କଜଲୋଚନ ମହାନ୍ତି, ବୈଜ୍ଞାନିକ ଡ. ଅଜୟ ପରିଡ଼ା, ହକି ଖେଳାଳୀ ଦୀପ୍ ଗ୍ରେସ୍ ଏକ୍କା, ଆଇନଜୀବୀ ଡ. ମଧୁମାଧବ ଜେନା, ଚିକିତ୍ସକ ଡା. ଅଶୋକ ନନ୍ଦ, ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ସମାଜସେବୀ ନୀଳମଣି ମିଶ୍ର, ଟ୍ରାଫିକ୍ କନଷ୍ଟେବଳ ଶେଷଦେବ ସାହୁ, ନର୍ସ ଶ୍ରୀମତୀ ହାରାମଣୀ ଦାଶ, ପୋଷ୍ଟମ୍ୟାନ୍ ବିପ୍ଳବ ରଂଜନ ମଲ୍ଲିକ ଓ ସୁଇପର ଶ୍ରୀମତୀ ସୁଷମା ଦେଇ ।
ରାଜଧାନୀ ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ବେସାମରିକ ପ୍ୟାରେଡରେ ଭୁବନେଶ୍ୱରର ୭୩ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଓଏସଏପି ସପ୍ତମ ବାଟାଲିୟନର ପୋଲିସ ବ୍ୟାଣ୍ଡ ଦଳ, ସିଆରପିଏଫ୍‌ର ପୋଲିସ ବ୍ୟାଣ୍ଡ ଦଳ , ସୈନିକ ସ୍କୁଲ,ଓଡ଼ିଶା ସ୍କେଟିଂ ଏକାଡେମୀ ଏବଂ ମହର୍ଷି କଲେଜର ଡେୟାରଡେଭିଲ୍ ଟିମ୍‌ର ପିଲାମାନେ ଭାଗ ନେଇଥିଲେ । ଏହି ପ୍ୟାରେଡ୍‌କୁ ଶ୍ରୀମତୀ ସୁଷମା ମହାନ୍ତି ପରିଚାଳନା କରିଥିବା ବେଳେ ସେଣ୍ଟ ଯୋଶେଫ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ହରପ୍ରିୟା ଦାସ, ଡିଏଭି ପବ୍ଲିକ ସ୍କୁଲ ୟୁନିଟ୍ -୮ର ସହକାରୀ ଶିକ୍ଷୟିତ୍ରୀ ପ୍ରତିମା ମହାପାତ୍ର ଏବଂ ୟୁନିଟ୍ ୩ ସତ୍ୟସାଇ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ଉଦୟସିଂ ପ୍ରମୁଖ ସହଯୋଗ କରିଥିଲେ ।

Also Read  ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଆକ୍ରମଣ, ପିଏସ୍‌ଓ ଓ ଡ୍ରାଇଭର ଆହତ

ଏହି ପ୍ୟାରେଡ ପ୍ରତିଯୋଗିତାରେ କଲେଜସ୍ତରରେ ଡିଏଭି ପବ୍ଲିକ ସ୍କୁଲ ୟୁନିଟ୍‌-୮ ପ୍ରଥମ, ମହର୍ଷି କଲେଜ୍ ଅଫ ନେଚୁରାଲ ଲ’ କଲେଜ ଦ୍ୱିତୀୟ, ବିଜେବି ସ୍ୱୟଂଶାସିତ କଲେଜ୍ ତୃତୀୟ, ହାଇସ୍କୁଲ ବାଳିକା ସ୍ତରରେ ୟୁନିଟ୍ ୨ କ୍ୟାପିଟାଲ ଗାର୍ଲସ୍ ହାଇସ୍କୁଲ ପ୍ରଥମ, ୟୁନିଟ୍ ୯ ସରକାରୀ ବାଳିକା ହାଇସ୍କୁଲ ଦ୍ୱିତୀୟ, ୟୁନିଟ୍ ୬ ସରକାରୀ ବାଳିକା ହାଇସ୍କୁଲ ଓ ୟୁନିଟ୍ ୧ ସରକାରୀ ବାଳିକା ହାଇସ୍କୁଲ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ହାଇସ୍କୁଲ ବାଳକ ସ୍ତରରେ ୟୁନିଟ୍ ୩ କ୍ୟାପିଟାଲ୍ ହାଇସ୍କୁଲ ପ୍ରଥମ, ୟୁନିଟ୍ ୯ ବାଳକ ହାଇସ୍କୁଲ ଦ୍ୱିତୀୟ, ଏମ୍‌ପିଏଲ୍ ସରକାରୀ ହାଇସ୍କୁଲ, ବରମୁଣ୍ଡା ଓ ଆଇଆରସି ଭିଲେଜ୍ ସରକାରୀ ବାଳକ ହାଇସ୍କୁଲ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପବ୍ଲିକ ସ୍କୁଲ ସ୍ତରରେ ସୈନିକ ସ୍କୁଲ ପ୍ରଥମ, ଖଣ୍ଡଗିରି ଶିବାନନ୍ଦ ସେଣ୍ଟିନାରୀ ବାଳକ ହାଇସ୍କୁଲ ଦ୍ୱିତୀୟ ଏବଂ ସିଭିଲ ଡିଫେନ୍ସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରସନ୍ନ କୁମାର ଦାସ, ଗୌରଚନ୍ଦ୍ର ମହାପାତ୍ର, ମନୋଜ ମହାନ୍ତି, ପ୍ରଭାସ ରଂଜନ ଦାସ, ସୁଧାଂଶୁ ଶେଖର ମହାନ୍ତି, ଧୀରେନ୍ଦ୍ର କୁମାର ଦାସ ଓ ବିଶ୍ୱରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here