ନାବାଳକ ଆଥଲେଟଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଗିରଫ ହେଲେ ତିନି ସିନିୟର ଆଥ୍‌ଲେଟ୍‌

0
368
3 senior-athletes-arrested-in allegedly-for-sexula-harassment to a minor athlete

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଷ୍ଟେଟ୍ ଆଥଲେଟିକ୍ ମିଟ୍ ଅବସରରେ ଜଣେ ୧୬ ବର୍ଷିୟ ନାବାଳକ ଖେଳାଳିଙ୍କୁ ଯୌନ ନିର୍ଯାତନା ଦିଆଯିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଇନ୍‌ଫୋସିଟି ଥାନା ପୁଲିସ୍। ଗିରଫ ୩ ସିନିୟର ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ୨ ଜଣ- ସୂରଜ ଠାକୁର ଓ ଜଗନ୍ନାଥ ଦାସ ରାଉରକେଲା ଟିମ୍‌ରୁ ଭାଗ ନେଇଥିଲେ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଶିଷ ପାତ୍ର ପୋଷ୍ଟାଲ୍ ଟିମ୍ ପକ୍ଷରୁ ଭାଗ ନେଇଥିଲେ।

ପୀଡ଼ିତ ନାବାଳକ ଆଥ୍‌ଲେଟ୍‌ଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଆୟୋଜିତ ହୋଇଥିବା ଷ୍ଟେଟ୍ ଆଥଲେଟିକ୍ ମିଟ୍ ରେ ସେ ଲଙ୍ଗ୍ ଜମ୍ପରେ ଭଲ ପ୍ରଦର୍ଶନ ନ କରିବାରୁ ସିନିୟର ଆଥ୍‌ଲେଟ୍‌ମାନେ ତାଙ୍କୁ ଡାକି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତା’ସହିତ ଆଣ୍ଠେଇ ଦେଇଥିଲେ। କିନ୍ତୁ ଏତିକିରେ ସରି ନଥିଲା ସେମାନଙ୍କ ନିର୍ଯାତନା। ଅଭିଯୁକ୍ତମାନେ ତାଙ୍କୁ ଉଲଗ୍ନ କରି ପାଖ ରୁମ୍‌ରେ ତାଙ୍କ (ପୀଡ଼ିତଙ୍କ) ସାଥୀମାନଙ୍କୁ ଡାକି ଦେଖାଇଥିଲେ। ଏମିତିକି ସେମାନେ ନାବାଳକ ଆଥ୍‌ଲେଟ୍ ଜଣଙ୍କ ଉଲଗ୍ନ ଅବସ୍ଥାରେ ଥିବା ବେଳେ ଭିଡିଓ କଲ୍ କରି ସେମାନଙ୍କ ବନ୍ଧୁମାନଙ୍କୁ ନିର୍ଯାତନାର ଦୃଶ୍ୟ ଦେଖାଇଥିଲେ।

ଏନେଇ ନାବାଳକଙ୍କ ପରିବାର ଲୋକ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବାର ଅଭିଯୋଗ ହୋଇଥିଲା । ତେଣୁ ନାବାଳିକାଙ୍କ ପରିବାର ଲୋକେ ଆଜି ଡିସିିପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଡିସିପିଙ୍କୁ ସାକ୍ଷାତ କରିବା ପରେ ଇନ୍‌ଫୋସିଟି ପୁଲିସ୍ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

Also Read  Stray Dogs Catching to Start in Bhubaneswar from Tomorrow