ପ୍ରାର୍ଥନା ଭୁଲି ଯିବାରୁ ଉଠବସ୍ କରାଇଲେ ଶିକ୍ଷକ, ବେହୋସ୍ ହୋଇ ଅସୁସ୍ଥ ହେଲେ ୭ ଛାତ୍ରୀ

0
177
7-students-are-senceless-in-prayer-class-in-balangir

ବଲାଙ୍ଗୀର: ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ପ୍ରାର୍ଥନା ଭୁଲି ଯିବାରୁ ରାଗିଗଲେ ଶିକ୍ଷକ । ସ୍କୁଲରେ ଛାତ୍ରୀଙ୍କୁ ବସ୍‌ ଉଠ କଲେ । ୮ ଛାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦି ଗାଁରେ ଥିବା ବାପୁଜୀ ହାଇସ୍କୁଲରେ ପ୍ରାର୍ଥନା ଭୁଲି ଯିବାରୁ ଶିକ୍ଷକ ରାଗିଯାଇ ପିଲାଙ୍କୁ ଖରାରେ ଉଠବସ୍‌ କରାଇଥିଲେ । ଫଳରେ ୮ଜଣ ଛାତ୍ରୀ ଅଚେତ ହୋଇ ପଡିଥିଲେ । ତୁରନ୍ତ ସେମାନଙ୍କୁ ପାଟଣାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପାଟଣାଗଡ ଉପ ଜିଲ୍ଲାପାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଏନଏସି ଅଧ୍ୟକ୍ଷା ମେଡିକାଲରେ ପହଞ୍ଚି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Also Read  Damo-Sulochona fight continues

LEAVE A REPLY

Please enter your comment!
Please enter your name here