ସମାଜ ଗଠନ ପାଇଁ ପୋଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ

0
339
୬୨ତମ ପୋଲିସ ସହିଦ ଦିବସ
୬୨ତମ ପୋଲିସ ସହିଦ ଦିବସ

କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ୬୨ତମ ପୋଲିସ ସହିଦ ଦିବସ ପାଳିତ ହୋଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ଏହି ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମାଜ ତଥା ଦେଶ ଗଠନ ପାଇଁ ପୋଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପୁଲିସ କମିସନର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଚଳିତ ବର୍ଷ ୩୭୭ ଜଣ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ କରୋନା କାଳରେ ମଧ୍ୟ ୨୨ ଜଣ ପୁଲିସ ସହିଦ ହୋଇଛନ୍ତି। ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ସର୍ବଦା ନିଜ ଜୀବନକୁ ବାଜି ଲଗାଇଥାନ୍ତି। ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ ପୋଲିସ କର୍ମଚାରୀ ଆତ୍ମବଳି ଦେଇଛନ୍ତି। ଏହି ଅବସରରେ ପୋଲିସ କମିଶନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ପୋଲିସ କର୍ମଚାରୀ ଏବଂ ସେମାନଙ୍କ ବଳିଦାନ ସମ୍ପର୍କରେ ଦେଇଥିବା ବାର୍ତ୍ତା ପାଠ କରିଥିଲେ।
Also Read  ଚିନା ମାଟି ଖନନକୁ ବିରୋଧ କରିବାରୁ ପୁଲିସକୁ ମରଣାନ୍ତକ ଆକ୍ରମଣ; ଦୁଇ ଅଟକ