ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୬ଜଣ ଗୁରୁତର

0
373
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ, ୨୬ା୧୦: ଜମ୍ମୁ-କଶ୍ମୀରର ସୁମ୍ବଲରେ ଥିବା ସୁମୋ ଟାକ୍ସି ଷ୍ଟାଣ୍ଡରେ ବିସ୍ଫୋରଣ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି। ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି। ଆହତ ୬ଜଣଙ୍କ ମଧ୍ୟରେ ରହିଛନ୍ତି, ମହମ୍ମଦ ଅଲତାଫ, ଫୈଜଲ ଫାୟାଜ, ମୁଶତାକ, ତସଲିମା ବାନୋ, ଅବ ହମିଦ ଏବଂ ଫାୟାଜ । ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି ବିସ୍ଫୋରଣ କରିିଥିବା ଜଣାପଡ଼ିଛି।

ଭାରତୀୟ ସେନାର ଗାଡ଼ି ଯିବା ପୂର୍ବରୁ ହିଁ ବିସ୍ଫୋରଣ ଘଟିଥିଲା। ଏହା ଫଳରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ସେନାକୁ ଟାର୍ଗେଟ କରାଯାଇଥିଲେ ବି ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିପାରିନଥିଲେ। ଏବେ ଆହତ ୬ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଶାହ ୩ଦିନ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ବୋଲି କାହାର ମୃତ୍ୟୁ ହେବ ନାହିଁ ବୋଲି କହିଥିଲେ। ଏହା ସହ ବୁଲେଟ୍‌ ପ୍ରୁଫ୍‌ ସୁରକ୍ଷା କବଚ ହଟାଇ ଲୋକଙ୍କ ସହ କଥା ହୋଇଥିଲେ। ହେଲେ ୩ଦିନ ଧରି କୌଣସି ଆତଙ୍କବାଦୀ ଆକ୍ରମଣ ହୋଇନଥିବା ବେଳେ ପୁଣି ଥରେ ଆକ୍ରମଣ ଆରମ୍ଭ ହୋଇଛି।

Also Read  Over 6,500 kg of Union Carbide waste incinerated under Phase-3 of trial