ଫେସବୁକ୍ କାହିଁକି ନାଁ ବଦଳାଇ ‘ମେଟା’ ରଖିଲା ? ପଢ଼ନ୍ତୁ…

0
192
ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ‘ମେଟା’

ଭୁବନେଶ୍ୱର : ବିଶ୍ୱର ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସ୍‌ବୁକ୍‌ ଶେଷରେ ନିଜ ନାଁ ବଦଳାଇ ଦେଇଛି । ଦୀର୍ଘ ୧୭ ବର୍ଷ ପରେ ଏଣିକି ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ‘ମେଟା’ । ଏନେଇ ଫେସ୍‌ବୁକ୍‌ର CEO ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଏକକ ବ୍ରାଣ୍ଡ ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ହ୍ୱାଟସ୍‌ଆପ୍‌ର ନାଁ ଅପରିବର୍ତ୍ତିତ ରହିବ ।

ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଛନ୍ତି । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାଯାଇଛି। ଏଣିକି ଏହା ‘ମେଟା’ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ତା’ର ପୂର୍ବ ସୁବିଧା ବ୍ୟବହାରକାରୀଙ୍କୁ ଯୋଗାଇ ଦେବ । ଏହା ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କର୍ପୋରେଟ ସଂସ୍ଥାର ବ୍ରାଣ୍ଡରେ ଏକ ବୃହତ୍ତ ପରିବର୍ତ୍ତନ ବୋଲି କୁହାଯାଉଛି।

ଲୋକପ୍ରିୟତାର ଉଚ୍ଚରେ ରହି ମଧ୍ୟ ବିଭିନ୍ନ ବିବାଦରେ ଫସିଥିବା ଫେସ୍‌ବୁକ୍‌କୁ ବିଶ୍ୱର ବିଭିନ୍ନ ଦେଶରେ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରି ସମୟରେ ଜୁକରବର୍ଗ କମ୍ପାନୀର ନାଁ ପରିବର୍ତ୍ତନ ଘୋଷଣା କରି ପୁଣି ଥରେ ଲୋକପ୍ରିୟତା ହାସଲ କରିବେ ବୋଲି ଦୃଢ ଆଶା ରଖିଛନ୍ତି। ଏକ ବାର୍ଷିକ ସମ୍ମିଳନୀରେ ଜୁକରବର୍ଗ କହିଛନ୍ତି, ବିଗତ ଦିନରେ ବିଭିନ୍ନ ସାମାଜିକ ଘଟଣା ସହ ଜଡ଼ିତ ରହି ଆମେ ବହୁତ କିଛି ଶିଖିଛୁ। ଯାହାବି କିଛି ଶିଖିଛୁ, ଏହାକୁ ଆଗାମୀ ଦିନରେ ନିଜକୁ ଅଧିକ ଲୋକପ୍ରିୟ ବ୍ୟବହାର କରିବୁ । ଏଥିସହ କମ୍ପାନୀ ନାଁ ବଦଳାଯାଇ ‘ମେଟା’ ରଖାଯାଇଥିବା ସେ ଘୋଷଣା କରିଥିଲେ। କମ୍ପାନୀ ନାଁ ବଦଳିଥିଲେ ବି ଆପ୍ସ ଓ ବ୍ରାଣ୍ଡରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ଫେସ୍‌ବୁକ୍‌ ପ୍ଲାଟଫର୍ମକୁ କେତକ ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ଲଗାଇବା, ଫେକ୍‌ ନ୍ୟୁଜ୍‌ର ପ୍ରସାରଣ ହେବା ସହ ବିଭିନ୍ନ ରାଷ୍ଟ୍ରର ଜନେତାମାନଙ୍କ ସମାଲୋଚନା ପରେ ଫେସବୁକ୍‌ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଗାମୀ ୫ ବର୍ଷରେ ଫେସ୍‌ବୁକ ଏକ ‘ମେଟାଭର୍ସ’ କମ୍ପାନୀ ହେବାକୁ ଯାଉଥିବା ଜୁକରବର୍ଗ କହିଛନ୍ତି । ମେଟାଭର୍ସ ଯୋଜନାର ଏକ ଅଂଶ ଭାବେ ସେ କମ୍ପାନୀର ରିବ୍ରାଣ୍ଡିଂ କରି ଏପରି ନାଁ ରଖିଛନ୍ତି। ଫେସବୁକ୍‌ ଚଳିତ ବର୍ଷ ଏହାର ଭର୍ଚୁଆଲ ୱାର୍ଲ୍ଡ ମେଟାଭର୍ସ ପାଇଁ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ଯାଉଛି।

Also Read  ଖରା ପାଇଁ ସତର୍କ ସୂଚନା ଦେଲେ ଏସ୍‌ଆରସି

LEAVE A REPLY

Please enter your comment!
Please enter your name here