ଗାଁରେ ଟିକା ନେଇ ନଥିବା ଲୋକଙ୍କୁ ଖୋଜୁଛନ୍ତିି ଆଶାକର୍ମୀ

0
726
ବିଜୟ ପାଣିଗ୍ରାହୀ
ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜ୍ୟରେ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଖୋଜିବେ ଆଶାକର୍ମୀ । ଗାଁ ମାନଙ୍କରେ ଯେଉଁ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇନଥିବେ, ସେମାନଙ୍କୁ ଟିକା ନେବାକୁ କହିବେ ଆଶା କର୍ମୀ । ତେବେ ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୯ ପ୍ରତିଶତ ଲୋକ ଟିକା ନେଇସାରିଲେଣି । ନଭେମ୍ବର ଶେଷ ଭିତରେ ୯୦ ପ୍ରତିଶତ ଲୋକଙ୍କ ଟିକା ଦିଆଯିବ । ବାକି ୧୦ ପ୍ରତିଶତ ଲୋକଙ୍କୁ ଡିସେମ୍ବର ଶୁଦ୍ଧା ଟିକାକରଣ କରାଯିବ । ରାଜ୍ୟରେ ଏ ପର୍ଯ୍ୟନ୍ତ ୩ କୋଟି ୭୨ ଲକ୍ଷ ୬୩ ହଜାର ୯୬୭ ଟିକା ନେଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଡୋଜ ୨ କୋଟି ୫୭ ଲକ୍ଷ ୧୭ ହଜାର ୭୬ ଟିକା ନେଇଥିବା ବେଳେ ଦୁଇଟି ଯାକ ଡୋଜ ଟିକା ୧ କୋଟି ୧୫ ଲକ୍ଷ ୪୬ ହଜାର ୮୯୧ ଜଣ ଟିକା ଗ୍ରହଣ କରିସାରିଲେଣି ।

ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ବିତୀୟ ଡୋଜ ନେଇ ନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେବା ସହ ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସରିବ ବୋଲି କହିଛନ୍ତି। ଏହାଛଡ଼ା ଏଣିକି ଯେଉଁ ଗାଁର ଲୋକସଂଖ୍ୟା ଅଧିକ, ସେଠି ଟିକାକରଣ କେନ୍ଦ୍ରର ସଂଖ୍ୟା ବଢ଼ାଯିବ ବୋଲି ସେ କହିଛନ୍ତି।

Also Read  Odisha reports 448 new Covid + Ve Cases: 208 cases from Khurda District