ଭୁବନେଶ୍ୱରରେ ବିଜେପିର ‘ହଲ୍ଲାବୋଲ’ : ଶିଶୁଭବନ ଛକରେ କର୍ମୀ-ପୁଲିସ୍‌ ମୁହାଁମୁହିଁ

0
416
ଭୁବନେଶ୍ୱରରେ ବିଜେପିର ‘ହଲ୍ଲାବୋଲ’
ଭୁବନେଶ୍ୱରରେ ବିଜେପିର ‘ହଲ୍ଲାବୋଲ’

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ଧରୁନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହୋଇ ସାରିବା ପରେ ବି ଥମୁନି ରାଜନୀତି। ଗୋବିନ୍ଦ ସାହୁଙ୍କ ସହିତ ଭଲ ସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଗର୍ଜୁଛନ୍ତି ବିରୋଧୀ। ମମିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱରରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ଏହି ଆନ୍ଦୋଳନର ନାଁ ‘ହଲ୍ଲାବୋଲ’ ରଖାଯାଇଛି।

ଆଜି ବିଜେପିର ଶତାଧିକ କର୍ମୀ ଶିଶୁଭବନ ଛକରୁ ବାହାରି ନବୀନ ନିବାସ ଅଭିମୁଖେ ଉଦ୍ୟତ ହେବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହା ମଧ୍ୟରେ ବିଜେପି କର୍ମୀ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ କେତେକ ବିଜେପି କର୍ମୀଙ୍କୁ ଟେକି ନେଇଥିଲା। ହେଲେ ବିଜେପି କର୍ମୀମାନେ ନବୀନ ନିବାସ ଅଭିମୁଖେ ଯିବା ପାଇଁ ଅଡି ବସିଥିଲେ । ପୁଲିସ ବିଜେପି ରାଲିକୁ ଅଟକାଇବା ସହ କିଛି କର୍ମୀଙ୍କୁ ଅଟକ ରଖିଛି ।

Also Read  India have potential to win medal in Hockey World Cup: Lazarus Barla