ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍, ଏବେ ମୋଟ ୨୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

0
169
8 gate of hirakud closed

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା ଛାଡ଼ିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମ୍‌ର ବାମ ପାର୍ଶ୍ଵରେ ୧୮ଟି ଏବଂ ଡାହାଣ ପାର୍ଶ୍ଵରେ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା। ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ଗେଟ ବନ୍ଦ କରାଯିବ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ମୁଣ୍ଡଲୀ ଦେଇ ୧୧ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବ।

ମୁଣ୍ଡଳୀରେ ବନ୍ୟା ଜଳକୁ ସାଢେ ୧୦ଲକ୍ଷରୁ ୧୧ଲକ୍ଷ ଭିତରେ ରଖିବାକୁ ପ୍ରୟାସ ଚାଲିଛି। ୮ଟି ଗେଟ ବନ୍ଦ ନକଲେ ଏହା ସାଢେ ୧୨ଲକ୍ଷ ଘନଫୁଟକୁ ବୃଦ୍ଧି ପାଇପାରେ ବୋଲି କହିଛନ୍ତି ଏସଆରସି। ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୧ ଫୁଟ ପାଖାପାଖି ରହିଛି। ହୀରାକୁଦ ତଳମୁଣ୍ଡରେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ହେଉଛି। ମହାନଦୀର ଅନେକ ଉପନଦୀର ବନ୍ୟା ଜଳ ମହାନଦୀରେ ପ୍ରବେଶ କରୁଛି। ଉପରମୁଣ୍ଡ ପାଣି ଓ ତଳମୁଣ୍ଡ ପାଣି ମିଶି ମହାନଦୀର ଜଳସ୍ତର ବଢୁଛି।

ସେପଟେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଫୁଲୁଛି କାଠଯୋଡି ଓ ମହାନଦୀ। ନରାଜଠାରେ ବିପଦ ସଙ୍କେତ ଉପରେ ଜଳସ୍ତର। ବିପଦ ସଙ୍କେତ ୨୬.୫୯ ଥିବାବେଳେ ସକାଳ ୬ଟା ସୁଦ୍ଧା ୨୬.୪୨ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ଅପରାହ୍‌ଣରେ କଟକ ମୁଣ୍ଡୁଳୀରେ ଅତିକ୍ରମ କରିବ ସାଢ଼େ ୧୦ ଲକ୍ଷ କ୍ୟୁସେକ୍‌ ବନ୍ୟା ପାଣି । ସନ୍ଧ୍ୟାରେ ସର୍ବାଧିକ ଜଳ ପ୍ରବାହିତ ହେବ । ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୮ ଲକ୍ଷ ୫୭ ହଜାର ୯୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ନରାଜ ବ୍ୟାରେଜ ଦେଇ ୪ଲକ୍ଷ ୨୩ ହଜାର କ୍ୟୁସେକ ଜଳ କାଠଯୋଡିରୁ ନିଷ୍କାସିତ ହେଉଛି ।

Also Read  ଓମିକ୍ରନର ପ୍ରଭାବ : ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ

LEAVE A REPLY

Please enter your comment!
Please enter your name here