ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ! ବର୍ଷାରେ ଭିଜିବ ସାରା ଓଡିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0
158
Heavy Rains Predicted In Odisha: SRC Asks Collectors Remain Prepared
Heavy Rains Predicted In Odisha: SRC Asks Collectors Remain Prepared

ଭୁବନେଶ୍ୱର: ଆସନ୍ତା ୧୭ରୁ ପୁଣି ବଡ଼ ବର୍ଷା। ୧୮ରୁ ବଢିବ ବର୍ଷାର ପରିମାଣ। ର୍ଷାରେ ଭିଜିବ ସାରା ଓଡିଶା । ୧୮ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ସହ ଉତ୍ତର ଓ ପଶ୍ଚିମରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏପଟେ ସକ୍ରିୟ ରହିଛି ଅବପାତ । ସକ୍ରିୟ ଅବପାତ ଘଣ୍ଟାପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଝାରସୁଗୁଡ଼ାଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖାପାଖି ୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୁତ ହୋଇଛି । ଅବପାତ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ବର୍ଷାର ପ୍ରଭାବ କମିଛି ।

Also Read  Auto rickshaw drivers resort to 12-hour strike across Odisha today

LEAVE A REPLY

Please enter your comment!
Please enter your name here