ନରାଜରେ ବିପଦ ସଂକେତ ଟପିଲା ମହାନଦୀ

0
522
Flood Water Enter Over Several Villages In Odisha
Flood Water Enter Over Several Villages In Odisha

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲା ନରାଜ ଠାରେ ମହାନଦୀ ବିପଦ ସଂକେତ ଟପିଛି। ନରାଜ ଠାରେ ବିପଦ ସଂକେତ ୬.୪୧ ମିଟର ରହିଥିବା ବେଳେ ଏବେ ଜଳସ୍ତର ୨୬.୬୮ ମିଟର ରହିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପଟେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସେ କହିଛନ୍ତି, ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ। ହୀରାକୁଦ ଡ୍ୟାମରୁ ବହୁତ ପାଣି ଆସୁଛି। ବନ୍ୟାପାଣିକୁ ରେଗୁଲେଟ୍ କରାଯାଉଛି। ମୁଣ୍ଡଳିରେ ୧୦.୫ ଲକ୍ଷ କ୍ୟୁସେକ୍ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ବିଭିନ୍ନ ନଦୀବନ୍ଧ ଉପରେ ସତର୍କ ନଜର ରଖାଯାଇଛି। ତେବେ କୌଣସି ଜାଗାରେ ବଡ଼ ଘାଇ ହେବାର ସମ୍ଭାବନା ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଣେ କଟକ ନରାଜଠାରେ ମହା ବିପଦ ସଂକେତ ଟପିଛି । ମହାନଦୀର ଜଳସ୍ତର ୨୬.୬୮ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂତ୍ରରୁ ସୂଚନା ମିଳିଛି।

Also Read  Discussions to curb Maoists fever in Odisha to be held today