ଉଚ୍ଚ ନ୍ୟାୟାଳୟରେ ମମିତା ହତ୍ୟା ମାମଲା : ସିବିଆଇ ତଦନ୍ତ ଦାବି……..

0
796
ଉଚ୍ଚ ନ୍ୟାୟାଳୟରେ ମମିତା ହତ୍ୟା ମାମଲା
ଉଚ୍ଚ ନ୍ୟାୟାଳୟରେ ମମିତା ହତ୍ୟା ମାମଲା

କଟକ, ୨୧ା୧୦:

ଉଚ୍ଚ ନ୍ୟାୟାଳୟରେ ମମିତା ହତ୍ୟା ମାମଲା

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଲା ମମିତା ମେହେର ହତ୍ୟା ମାମଲା। ଘଟଣାର ସିବିଆଇ ତଦନ୍ତ ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରାଯାଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଏହି ହତ୍ୟା ମାମଲାର ସିବିଆଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରାର୍ଥନା କରାଯାଇଛି।

ଏଥିସହ ମୃତକଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟରେ ପ୍ରାର୍ଥନା କରିଛି ଭାରତୀୟ ବିକାଶ ପରିଷଦ। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ବଲାଙ୍ଗୀର ଏସପିଙ୍କ ସମେତ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ମମିତ ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା। ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପରେ ତାଙ୍କ ବହିଷ୍କାର ଦାବିରେ ବିରୋଧୀ ତୁମ୍ବିତୋଫାନ କରୁଛନ୍ତି। ମନ୍ତ୍ରୀ ପଦବୀରେ ରହିଲେ ତଦନ୍ତ ବାଟବଣା ହେବ ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ।

Also Read  ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା