ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0
329
ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ
ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ
ଭୁବନେଶ୍ୱର : ଓମ୍‌ଫେଡର ବିକାଶରେ ପ୍ରାୟ ୩ଲକ୍ଷ ଚାଷୀଙ୍କ ଅବଦାନ ରହିଛି । ଏଥିସହିତ ସେମାନଙ୍କ ସ୍ୱର୍ଥ ରକ୍ଷା ନେଇ ଓମଫେଡ୍ କାର୍ଯ୍ୟ କରିଆସୁଛି । ଏହି ପ୍ଳାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ପ୍ରସେସିଂ କରାଯିବା ସହ, ସ୍କିମ୍ଡ ମିଲ୍ , ପନୀର ଓ ଫ୍ଳେଭର ମିଲ୍କ ମଧ୍ୟ ଉତ୍ପାଦନ କରାଯିବ । ଏହା ଦ୍ୱାରା ଚାଷୀମାନଙ୍କ ରୋଜଗାର ବଢ଼ିବ । ସବୁ କାର୍ଯ୍ୟମର ଲକ୍ଷ୍ୟ ଚାଷୀଙ୍କ ଆୟ ବଢ଼ାଇବା । କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ପ୍ଳାଣ୍ଟ ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା କହିଛନ୍ତି । ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି । ଏଣୁ କରୋନା କାଳରେ ଦୁଗ୍ଧ ଚାଷୀମାନଙ୍କୁ ରାଜ୍ୟ ସରକାର ୬ ହଜାର ଲେଖାଏଁ ସହାୟତ ଯୋଗାଇ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଦୈନିକ ୨ ଲକ୍ଷ ଲିଟର ଗୁଣ୍ଡ ଦୁଗ୍ଧ ଉତ୍ପାଦିତ ହେବ । ୨୬୩ କୋଟି ଟଙ୍କା ବ୍ୟୟରେ ହୋଇଛି ଏହି ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ।ପ୍ଲାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେବ । ଏଥିରେ ନିଯୁକ୍ତି ବଢିବା ସହ ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ। ସ୍କୁଲ, କଲେଜ, ଛାତ୍ରଛାତ୍ରୀଙ୍କ ସହ ବହୁ ପରିଦର୍ଶକ ବୁଲି ପାରିବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟ ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବ ।

omfed2 e1636536774726

ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ସିଧାସଳଖ ଶ୍ରୀ ଶ୍ରୀ ୟୁନିଭରସିଟି ପଡ଼ିଆରେ ଅବତରଣ କରିଥିଲେ। ଏହାପରେ ସେଠାରୁ କାର୍‌ ଯୋଗେ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟକୁ ଯାଇଥିଲେ। ତାଙ୍କ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ , ବିଭାଗୀୟ ସଚିବ ପ୍ଲାଣ୍ଟରେ ପହଞ୍ଚି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।
Also Read  କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୁଲିସ