ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁର ମୃତ୍ୟୁ

0
326
ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁର ମୃତ୍ୟୁ
ମଶାଣିରୁ ଜୀବନ୍ତ ଫେରିଥିବା ଶିଶୁର ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ବଞ୍ଚି ଥାଉ ଥାଉ ଶିଶୁ ପୁତ୍ର ମୃତ ଘୋଷଣା ଅଭିଯୋଗ । ଆଜି ଶେଷରେ ଆଖି ବୁଜିଲା ନବଜାତ ଶିଶୁ ପୁତ୍ର । ମୟୂରଭଞ୍ଜ କରଞ୍ଜିଆ ହସ୍ପିଟାଲରେ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସମୟ ପୂର୍ବରୁ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମ ବେଳେ ଶିଶୁ ପୁତ୍ରର ଓଜନ ମାତ୍ର ଆଠଶହ ଗ୍ରାମ ଥିଲା ବୋଲି ଡାକ୍ତର କହିଛନ୍ତି ।

ତେବେ ଗତକାଲି ଶିଶୁ ପୁତ୍ର ଜନ୍ମ ନେବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଶିଶୁ ପୁତ୍ରକୁ ଶେଷକୃତ୍ୟ ପାଇଁ ମଶାଣିକୁ ନେଇଥିଲେ । କିନ୍ତୁ ମଶାଣିରେ ଶେଷକୃତ୍ୟ ପୂର୍ବରୁ ଚେଇଁ ଉଠିଥିଲା ଶିଶୁ । ଏହାପରେ ପରିବାର ଲୋକ ପୁଣି ଥରେ ଶିଶୁକୁ ଧରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଏହି ଘଟଣାର ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

 

Also Read  +2 Exam 2025 to Begin From February 18

LEAVE A REPLY

Please enter your comment!
Please enter your name here