ଦେଶରେ ୧୦ ହଜାର ଛୁଇଁଲା ଓମିକ୍ରନ୍‌

0
763
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ନୂଆଦିଲ୍ଲୀ: ଗତ ତିନି ଦିନ ଧରି ଦେଶରେ କରୋନା ଭାଇରସର ଦୈନିକ ମାମଲା ୩ ଲକ୍ଷରୁ ଅଧିକ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭,୭୦୪ଟି ନୂଆ ମାମଲା ରେକର୍ଡ଼ ହୋଇଛି। ତେବେ ଗତକାଲି ତୁଳନାରେ କରୋନା ମାମଲା ହ୍ରାସ ଘଟିଛି। ଗତକାଲି  ୩,୪୭,୨୫୪ଟି ମାମଲା ଚିହ୍ନଟ ହୋଇଥିଲା। ତେବେ ଦେଶରେ ଓମିକ୍ରନ୍ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିଛି। ଦେଶରେ ଓମିକ୍ରନ୍‌ର ମୋଟ ମାମଲା ୧୦,୦୫୦ ପର୍ଯ୍ୟନ୍ତ ପହଞ୍ଚିଛି।  ଗତକାଲି ତୁଳନାରେ ଓମିକ୍ରନ୍ ମାମଲାରେ ୩.୬୯ ପ୍ରତିଶତ ବଢ଼ିଛି।

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ହ୍ରାସ ପାଉଛି। ଫଳରେ ସକ୍ରିୟ ମାମଲା ଅଧିକ ରହୁଛି।  ଗତ ୨୪ ଘଣ୍ଟା ମଧ୍ୟରେ, ସକ୍ରିୟ ମାମଲା ୨୧,୧୩,୩୬୫କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ମୋଟ ମାମଲାର ୫.୪୩ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ରିକଭରି ହାର ହାର ୯୩.୩୧ ପ୍ରତିଶତକୁ ଖସିଛି।

ଗତ ୨୪ ଘଣ୍ଟା ମଧ୍ୟରେ, ୨,୪୨,୬୭୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ସହ କରୋନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୩,୬୩,୦୧,୪୮୨କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୧୭,୨୨ ପ୍ରତିଶତ  ଏବଂ ସାପ୍ତାହିକ ପଜିଟିଭିଟି ହାର ୧୬.୬୫ ପ୍ରତିଶତ ରେକର୍ଡ କରାଯାଇଛି। ଏଥିସହ ଦେଶରେ ଦିନକର ୪୮୮ ଜଣଙ୍କର  ମୃତ୍ୟୁ ଘଟିଛି।

Also Read  Odisha records 986 new Covid Positive cases in last 24 hours