ନୂଆଦିଲ୍ଲୀ: ଦେଶରେ ଆଜି ବି କରୋନା ସଂକ୍ରମଣ ହ୍ରାସ ପାଇଛି । ଲଗାତାର ଭାବେ ଦ୍ୱିତୀୟ ଦିନରେ ୧ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ଜାନୁଆରୀ ପ୍ରଥମ ସପ୍ତାହରେ ଯେମିତି ସଂକ୍ରମଣ ଦ୍ରୁତଗାମୀ ହେଉଥିଲା, ସେହିଭଳି ଫେବ୍ରୁଆରୀରୁ ଏହା ହ୍ରାସ ପାଉଛି । ସୋମବାର ମୋଟ ୧୩,୪୬,୫୩୪ଟି ନମୁନା ପରୀକ୍ଷା କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଆଉ ୬୭,୫୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦୈନିକ ପଜିଟିଭ ରେଟ୍ ବା ଟିପିଆର ୫.୦୨%ରେ ପହଞ୍ଚି ଯାଇଛି।
ଅନ୍ୟପକ୍ଷରେ ଗୋଟିଏ ଦିନରେ ୧,୮୦,୪୫୬ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪,୦୮,୪୦,୬୫୮ରେ ପହଞ୍ଚି ଯାଇଛି। ଆରୋଗ୍ୟ ହାର ୯୬.୪୬% ଥିବା ବେଳେ ମୃତ୍ୟୁହାର ୧.୧୯% ରହିଛି। ମଙ୍ଗଳବାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ତଳକୁ ଖସିଛି। ଏବେ ଦେଶର ବିଭିନ୍ନ ହସ୍ପିଟାଲ ଓ ଘରେ ରହି ମୋଟ ୯,୯୪,୮୯୧ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।