ରୁଷିଆ ଏହାର ୧୨ ବିମାନ ବନ୍ଦର ରୁ ବିମାନ ଚଳାଚଳ ବନ୍ଦ କଲା

0
644
ଭୁବନେଶ୍ୱର ରୁ ବାଙ୍ଗାଲୁରୁ ଚାଲିବ ଆକାସା ବିମାନ
ଭୁବନେଶ୍ୱର ରୁ ବାଙ୍ଗାଲୁରୁ ଚାଲିବ ଆକାସା ବିମାନ

ଫେବୃଆରୀ ୨୪/ ରୁଷର ଫେଡେରାଲ୍ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି ଦେଶର ଦକ୍ଷିଣରେ ଥିବା ୧୨ ବିମାନ ବନ୍ଦର ରୁ ବିମାନ ଚଳାଚଳ ସ୍ଥଗିତ ରଖିଛି | ୟୁକ୍ରେନରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିବା ପରେ, ରୁଷିଆ ପକ୍ଷରୁ ଏ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି I
ଏଜେନ୍ସି ଏହାର ଅଫିସିଆଲ ୱେବସାଇଟରେ ଦର୍ଶାଯାଇଛି ଯେ’ ରୁଷିଆ ସାମୟିକ ଭାବେ ରୋଷ୍ଟୋଭ (ପ୍ଲାଟୋଭ), କ୍ରାସନୋଦର (ପାଶକୋଭସ୍କି), ଆନାପା (ଭିଟାଜେଭୋ), ଗେଲେଣ୍ଡଜିକ୍, ଏଲିଷ୍ଟା, ଷ୍ଟାଭ୍ରୋପଲ୍, ବେଲଗୋରୋଡ୍, ବ୍ରାଇନ୍ସ୍କ, କୁର୍ସ୍କ, ଭୋରୋନେଜ୍ ଏବଂ ସିମଫେରୋପୋଲ୍ସ୍ ପରି ବିମାନବନ୍ଦରଗୁଡ଼ିକୁ ବିମାନ ଚଳାଚଳ ନେଇ ପ୍ରତିବନ୍ଧକ ଲଗାଇଛି I ଲୋକମାନେ ଏହି ବିମାନବନ୍ଦରକୁ ଯିବାପାଇଁ ବାରଣ କରାଯାଇଛି I ମାର୍ଚ୍ଚ ୨ , ୨୦୨୨ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ରହିବ |

ସାଧାରଣ ନାଗରିକଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି I ତେବେ ସାମରିକ ଭିତ୍ତିଭୂମି, ସାମରିକ ଏୟାରଫିଲ୍ଡ ପରି କେତେକ କ୍ଷେତ୍ର କୁ ଏହା ଟାର୍ଗେଟ କରୁଛି I

 

Also Read  ଅମାନବୀୟ ସ୍ବାମୀର ବିଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା

LEAVE A REPLY

Please enter your comment!
Please enter your name here