ଋଣ ସୁଝିବାକୁ ଏମ୍‌ସିଏ ଛାତ୍ରଙ୍କ ଗଞ୍ଜେଇ ବେପାର, ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ

0
448
Ganja Seized

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମା’ ପୁଅ କରୁଥିଲେ ଗଞ୍ଜେଇ କାରବାର । ମା’ ଗଞ୍ଜେଇ ଚୋରାଚାଲାଣର ଥିଲା ମାଷ୍ଟରମାଇଣ୍ଡ। ମା’କୁ ଏହି କାମରେ ସାହାଯ୍ୟ କରୁଥିଲା ଏମ୍‌ସିଏ ପଢ଼ୁଆ ପୁଅ। କୌଣସି ସୂତ୍ରରୁ ପୁଲିସ ଖବର ପାଇ ତାଙ୍କ ଘରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ମା’ପୁଅକୁ ଗିରଫ କରିଛି। ଭରତପୁର କୋଲାଥିଆରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ ଓ ଭରତପୁର ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଗଞ୍ଜେଇ ବେପାର କରୁଥିବା ଯୁବକ ଜଣକ ହେଉଛନ୍ତି ଭବାନୀ ମହାପାତ୍ର । ଭବାନୀ ଦକ୍ଷିଣ ଓଡ଼ିଶାରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକୁଥିଲେ ।

ସୂଚନା ଅନୁସାରେ ଭବାନୀ ମହାପାତ୍ର ଭୁବନେଶ୍ୱରର ଏକ ଘରୋଇ କଲେଜରୁ ଏମସିଏ ପାସ ଆଉଟ ଛାତ୍ର ଅଟନ୍ତି । ପାଠ ପଢିବା ପାଇଁ ଲୋନ କରିଥିଲେ ଭବାନୀ । କିନ୍ତୁ ପାଠ ପଢ଼ା ପରେ ଚାକିରୀ ନ ମିଳିବା ଓ ଟଙ୍କା ସୁଝି ନପାରିବା ପରେ ଗଞ୍ଜେଇ କାରବାରରେ ପାଦ ଥାପିଥିଲେ ସେ । ଗଞ୍ଜେଇ କାରବାର କରି ଟଙ୍କା ସୁଝିବାକୁ ଯୋଜନା କରିଥିଲେ । ଦୀର୍ଘ ଦୁଇରୁ ତିନି ବର୍ଷ ହେବ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ମା’ ପୁଅ ।

Also Read  Belgium Team arrive in Bhubaneswar with hopes to clinch the title