୧୦୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହେଲେ ପୂର୍ବତନ ଆଇଏସ ଅଧିକାରୀ ଲିଭନସ କିଣ୍ଡୋଙ୍କ ପୁଅ

0
604
son of former IAS officer was arrested on fraud charges

ଭୁବନେଶ୍ବର: ଠକେଇ ଅଭିଯୋଗରେ ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଭିଲନସ କିଣ୍ଡୋଙ୍କ ପୁଅ ଦୀପକ କିଣ୍ଡୋ ଗିରଫ । ୧୦୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଦୀପକ କିଣ୍ଡୋଙ୍କୁ ଗିରଫ କରିଛି ଇଓଡବ୍ଲୁ । ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡ଼ିହାରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ସମ୍ବନ୍ଧ ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ଦୀପକ କିଣ୍ଡୋ ଦୀର୍ଘ ଦିନ ଧରି ଫେରାର ଥିଲା । ଦୀର୍ଘ ଦିନ ଧରି ସେ ଫେରାର ଥିଲା। ତା ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା ପୁଲିସ।ପୂର୍ବରୁ ଦୀପକଙ୍କ ପତ୍ନୀ ଅମୃତା କିଣ୍ଡୋଙ୍କୁ ଗିରଫ କରାଯାଇଥିଲା।

ଦୀପକଙ୍କର ୪୭ଟି ସ୍ଥାନରେ ୬୧ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ସେ ବିଭିନ୍ନ ବ୍ୟାଙ୍କରୁ ଜାଲ କାଗଜପତ୍ର ଦେଇ ଶହେ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରଥିବା ଅଭିଯୋଗ ହୋଇଥିଲା।ବର୍ତ୍ତମାନ ସୁଦ୍ଧା ଜଣାପଡିଛି ଏହା ୩୮୯ କୋଟିର ସ୍କାମ। ହେଲେ ଏଯାଏଁ ୧୦୯ କୋଟି ଟଙ୍କାର ରେଜିଷ୍ଟ୍ରେସନ ହୋଇଥିବା ଜଣାଯାଇଛି।ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଲିଖିତ ଆଧାରରେ ଉପରୋକ୍ତ ମାମଲା ଉକ୍ତ ମାମଲା ପଞ୍ଜିକୃତ ହୋଇଛି।

Also Read  ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ, ୪୦ ମୃତ