ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ୍, ବିଳମ୍ବିତ ରାତିରେ ହଷ୍ଟେଲ ସାମ୍ନାରେ ଦୁଇଟି ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ

0
576
voilence-in-utkal-university-campus-2-vehicles-ransacked

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବାଣୀ ବିହାର କ୍ୟାମ୍ପସ୍। ଶନିବାର ବିଳମ୍ବିତ ରାତିରେ ବାଣୀବିହାର ଭିତରେ ପଶି ହଷ୍ଟେଲ ସାମ୍ନାରେ ଥିବା ୨ରୁ ୩ଟି ଗାଡ଼ି ପୋଡ଼ି ଦେଲେ ଦୁର୍ବୃତ୍ତ। ବାଣୀବିହାର ଗୋଦାବରୀଶ ଛାତ୍ରାବାସ ନିକଟରେ ଘଟିଛି ଏହି ଘଟଣା । ବିଳମ୍ବିତ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଗାଡି ପୋଡ଼ି ଦେଇଛନ୍ତି କିଛି ଦୁର୍ବୃତ୍ତ।ଗାଡ଼ି ପୋଡ଼ାକୁ ନେଇ ଛାତ୍ରାବାସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। କିଏ ଓ କାହିଁକି ଗାଡି ପୋଡ଼ିଛି ତାହା ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାରୁ ଏପରି ଘଟିଥିବା କୁହାଯାଉଛି । ଏବେ ବି ଘଟଣାସ୍ଥଳରେ ଲାଗି ରହିଛି ଉତେଜନା । ଛାତ୍ରମାନେ ଗୋଦାବରୀଶ ହଷ୍ଟେଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ପିଜି କାଉନସିଲ୍ ଅଧ୍ୟକ୍ଷ ସମେତ ଦୁଇ ଜଣିଆ ଟିମ୍‌ ଛାତ୍ର ନିବାସକୁ ଯାଇ ପିଲାମାନଙ୍କ ସହ ଆଲୋଚନା କରିଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  Naveen Patnaik Turns 78