ଅସଲି କନିଆଁକୁ ନକଲି ବର: ବିବାହ ମଣ୍ଡପରେ ଧରାପଡ଼ିଲା ବରର ମିଛ କାହାଣୀ, ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

0
366
fake-groom-detained-by-villagers-in-titilagarh

ଟିଟିଲାଗଡ଼: ଅସଲି କନିଆଁକୁ ବାହା ହେବାକୁ ଆସିଛି ନକଲି ବର । ବିନା ବରଯାତ୍ରୀରେ ବାହା ହେବାକୁ ଯାଇଥିଲା ୪୨୦ ବର । ଏନେଇ କନ୍ୟା ଘର ଲୋକଙ୍କ ସନ୍ଦେହ ଉପୁଜିଥିଲା। ବରକୁ ଅଟକ ରଖି ପଚରାଉଚରା କରିବା ପରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ମାତ୍ର ସବୁ ମିଛ ଧରାପଡ଼ିଗଲା, ଶେଷରେ ବିବାହ କରିବାକୁ ଆସିଥିବା ବର ନିସ୍ତୁକ ଛେଚା ଖାଇଲା । ନକଲି ଗହଣା ପିନ୍ଧି ଆସିଥିଲେ ଅସଲି ବୋହୂ ନେବାକୁ କିନ୍ତୁ ମିଛର ପର୍ଦାଫାସ ହେବା ପରେ ଶିଶୁପାଳ ହେଲା ବର । ପରେ ବରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ କନ୍ୟାପକ୍ଷ ଲୋକ। ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗାଁରୁ ।

ସୂଚନା ଅନୁସାରେ, ଗତକାଲି ଚାଉଳସୁଖା ଗାଁର ଜଣେ ବ୍ୟକ୍ତିଙ୍କର ଝିଅ ବିବାହ ଥିଲା। ଲକ୍ଷ୍ମୀକାନ୍ତଙ୍କ ସହ ତାଙ୍କ ଝିଅର ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ଲକ୍ଷ୍ମୀକାନ୍ତ ବର ବେଶରେ ଏକ ଗାଡ଼ିରେ ଦୁଇରୁ ତିନି ଜଣ ବାଜା ବାଲାଙ୍କୁ ଧରି ପହଞ୍ଚିଥିଲେ କନ୍ୟାଘରେ। ବରକୁ କନ୍ୟା ଘର ଲୋକେ ଏକା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ ମନରେ ସନ୍ଦେହ ଉପୁଜିଥିଲା। ପରେ କନ୍ୟାପକ୍ଷ ଲୋକେ ବାହାଘର କରିବାକୁ ରାଜି ହୋଇନଥିଲେ, ବରକୁ ଅଟକ ରଖି ପଚରାଉଚରା କରିଥିଲେ। ପଚରାଉଚରା ବେଳେ ବର ପୂର୍ବରୁ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ଗ୍ରାମବାସୀ ବରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ।

Also Read  College Girl Gangraped in Cuttack, 6 Arrested