ୟୁପିରେ ଆରମ୍ଭ ହେଲା ଯୋଗୀରାଜ ୨.୦ : କ୍ରମାଗତ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

0
343
yogi-adityanath-takes-oath-as-the-chief-minister-of-uttar-pradesh

ଲକ୍ଷ୍ନୌ: ୟୁପିରେ ଆରମ୍ଭ ହେଲା ଯୋଗୀରାଜ ୨.୦। ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଯୋଗୀ । ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଯୋଗୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ଶପଥଗ୍ରହଣ କରିଛନ୍ତି । ଏହା ସହିତ ମୋଟ ୫୨ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି ।

ଉତ୍ତର ପ୍ରଦେଶରେ ଗତ ୩୭ ବର୍ଷରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ଯୋଗୀ ଆଦିତ୍ୟନାଥ ପ୍ରଥମ ମୁଖ୍ୟମନ୍ତ୍ରୀ। ଯୋଗୀଙ୍କ ପୂର୍ବରୁ କଂଗ୍ରେସର ନାରାୟଣ ଦତ୍ତ ତିଓ୍ଵାରୀ ୧୯୮୫ରେ ଏହି ସଫଳତା ହାସଲ କରିଥିଲେ। ସେ ଅବିଭାଜିତ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କ୍ରମାଗତ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ପରେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ କ୍ରମାଗତ ଦ୍ଵିତୀୟ ଥର କ୍ଷମତାକୁ ଫେରିବାରେ ସଫଳ ହୋଇନଥିଲେ।

Also Read  UP CM Yogi Adityanath Reaches His Native Village At Uttarakand’s Panchur